ଭାରତ-ବଂଲାଦେଶ ସୀମାକୁ ନେଇ ବଡ଼ ମନ୍ତବ୍ୟ ଦେଲେ ମୁଖ୍ୟମନ୍ତ୍ରୀ, କହିଦେଲେ କିଛି ଏମିତି......
ସୀମାରେ ଆଉ ଫୁଟିବନି ଗୁଳି, ଶୁଭିବନି ଯୁଦ୍ଧ ବିମାନର ଗର୍ଜନ । କାରଣ କିଛିଦିନ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ଯୁଦ୍ଧ ଉପରେ ବିରାମ ଲାଗିଛି । ଆସାମରେ ଭାରତ-ବାଂଲାଦେଶ ସୀମା ଉପରେ ସକ୍ରିୟ ଭାବରେ ନଜର ରଖାଯାଇଛି ଏବଂ ଗତ ୧୦ ଦିନ ମଧ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରକାଶ କରିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ଭାରତ-ବାଂଲାଦେଶ ସୀମାରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଗତ ୧୦ ଦିନ ମଧ୍ୟରେ ଆମେ ସୀମାରେ କୌଣସି ଅପ୍ରୀତିକର କାର୍ଯ୍ୟକଳାପ ଦେଖାଯାଇନାହିଁ। ସୀମାପାର ଅନୁପ୍ରବେଶ ଏହି ଅଞ୍ଚଳରେ ଏକ ପ୍ରମୁଖ ସମସ୍ୟା ରହିଛି। ଏଜେନ୍ସିଗୁଡ଼ିକ ଅବୈଧ ପ୍ରବାସୀଙ୍କୁ ଅଟକ ରଖୁଛନ୍ତି କିନ୍ତୁ ସେମାନଙ୍କୁ ଦେଶ ଭିତରକୁ ଆଣୁନାହାଁନ୍ତି। ଅନୁପ୍ରବେଶକାରୀମାନଙ୍କୁ ସୀମାରୁ ସେମାନଙ୍କ ଦେଶକୁ "ପୁଣି ଘଉଡ଼ାଇ ଦିଆଯାଉଛି ବୋଲି ସେ କହିଛନ୍ତି।

କୌଣସି ଅନୁପ୍ରବେଶକାରୀଙ୍କୁ ଦେଶରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଯେଉଁମାନଙ୍କୁ ବିଦେଶୀ ଭାବରେ ଚିହ୍ନଟ କରାଯାଇଛି ସେମାନଙ୍କୁ ଫେରାଇ ଦିଆଯାଇଛି। ବେଆଇନ ପ୍ରବାସୀଙ୍କୁ ରଖିବା ପାଇଁ ମାଟିଆ ଅଟକ କେନ୍ଦ୍ର ହେଉଛି ଦେଶର ସବୁଠାରୁ ବଡ଼ ସୁବିଧା ମଧ୍ୟରୁ ଗୋଟିଏ। ସୁପ୍ରିମକୋର୍ଟ ଫେବୃଆରୀରେ ଆସାମ ସରକାରଙ୍କୁ ସେଠାରେ ରହିଥିବା ୬୩ ଜଣ ବିଦେଶୀଙ୍କ ପାଇଁ ଦେଶାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଶ୍ରୀ ବିଶ୍ଵଶର୍ମା ପ୍ରକାଶ କରିଛନ୍ତି।












Click it and Unblock the Notifications