ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି:ବୈଦେଶିକ ସଚିବ ବିକ୍ରମ ମିଶ୍ରି
ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇଛି । ଏ ନେଇ ସୂଚନା ଦେେଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି । ଭାରତୀୟ ସମୟ । ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି ହୋଇଛି ।
ତେବେ ସନ୍ଧ୍ୟା ୫ଟାରୁ ଲାଗୁ ହୋଇଛି ଏହି ଅସ୍ତ୍ରବିରତି । ଦୁଇ ଦେଶ ମଧ୍ୟରେ ଡିଜିଏମ ସ୍ତରରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଅସ୍ତ୍ରବିରତି ପାଇଁ ସହମତି ପରେ ସମସ୍ତ ପ୍ରକାର ସୈନ୍ୟ କାର୍ଯ୍ଯାନୁଷ୍ଠାନ ବନ୍ଦ ରହିବ । ଜଳ- ସ୍ଥଳ- ଆକାଶରେ କୌଣସି ଆକ୍ସନ ହେବନି । ଆସନ୍ତା ୧୨ ତାରିଖରେ ପରବର୍ତ୍ତୀ ଆଲୋଚନା ।
ଭାରତ-ପାକିସ୍ତାନ ଅସ୍ତ୍ରବିରତି ସହମତି କଥା ଜଣାଇଲେ ୟୁଏସ ବୈଦେଶିକ ସଚିବ ମାର୍କେ ରୁବିଓ । ସେ ନିଜେ ଏବଂ ଉପରାଷ୍ଟ୍ରପତି ଭାନ୍ସ ମଧ୍ୟସ୍ଥତା କରିଥିବା ସ୍ପଷ୍ଟ କରିଛନ୍ତି । ବିଗତ ୪୮ ଘଣ୍ଟାର ଆଲୋଚନା ପରେ ସଫଳତା ମିଳିଥିବା କହିଲେ ।

ଅସ୍ତ୍ରବିରତି ପାଇଁ ଉଭୟ ଭାରତ ଓ ପାକିସ୍ତାନ ରାଜି, ଟ୍ୱିଟର ହ୍ୟାଣ୍ଡେଲ ଏକ୍ସରେ ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ
ଉଭୟ ଦେଶ ସହ ସେ ଆଲୋଚନା କରିଥିବା କହିଛନ୍ତି ଟ୍ରମ୍ପ । ଉଭୟ ଭାରତ ଓ ପାକିସ୍ତାନକୁ ଧନ୍ୟବାଦ ଜଣାଇଲେ ଶ୍ରୀ ଟ୍ରମ୍ପ
ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ଆତଙ୍କୀ କାର୍ଯ୍ୟ କଲେ ଭାରତ ବିରୋଧରେ ଯୁଦ୍ଧ ବିବେଚତନା କରାଯିବ ।












Click it and Unblock the Notifications