ଭାରତ ଓ ଜର୍ମାନୀ ବିଶ୍ବରେ ଶାନ୍ତି ଓ ସ୍ଥିରତା ସ୍ଥାପନ କରିବା ଦିଗରେ ପ୍ରତିବଦ୍ଧ;ପ୍ରଧାନମନ୍ତ୍ରୀ
ଭାରତ ଓ ଜର୍ମାନ୍ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ, ବୈଷୟିକ ଜ୍ଞାନକୌଶଳ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ କ୍ଷେତ୍ରରେ ଦ୍ବିପକ୍ଷିୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି । ଆଜି ଗୁଜରାଟର ଗାନ୍ଧିନଗରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନ୍ ଚାନ୍ନ୍ସେଲର ଫେଡ୍ରିଚ୍ ମର୍ଜଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ଦ୍ବିପକ୍ଷିୟ ବୈଠକରୁ ଏହି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ମୋଦୀ କହିଛନ୍ତି, ଭାରତ ଓ ଜର୍ମାନ୍ କେବଳ ଅର୍ଥନୈତିକ ଭାଗିଦାରୀ ନୁହନ୍ତି ବରଂ ବିଶ୍ଵରେ ଶାନ୍ତି ଓ ସ୍ଥିରତା ସ୍ଥାପନ କରିବା ଦିଗରେ ପ୍ରତିବଦ୍ଧ ।
ଦୁଇ ଦେଶର ସମ୍ପର୍କର ଦୃଢ଼ତା ଉପରେ ଆଲୋକପାତ କରି ସେ କହିଛନ୍ତି, ଦ୍ଵିପାକ୍ଷିୟ ବାଣିଜ୍ୟ କାରବାର ୫୦ ବିଲିୟନ୍ ଡଲାର୍ ଅତିକ୍ରମ କରିସାରିଛି । ଭାରତ-ଜର୍ମାନ ଭାଗିଦାରୀ ଆଗାମୀ ଦିନରେ ସବୁଜ ଶକ୍ତି, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଭଳି କ୍ଷେତ୍ର ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବାର ଲକ୍ଷ୍ୟ ରଖୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ବିଶ୍ବସ୍ତରରେ ସନ୍ତାସବାଦ ମାନବବାଦ ପ୍ରତି ଗୁରୁତର ବିପଦ ସୃଷ୍ଟି କରିଛି ।

ସନ୍ତ୍ରାସବାଦକୁ ପ୍ରତିହତ କରିବା ଦିଗରେ ଭାରତ-ଜର୍ମାନ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି । ଚାନ୍ନ୍ସେଲର ମର୍ଜ ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଯୁଗ୍ମ ସାମରିକ ଅଭ୍ୟାସକୁ ବୃଦ୍ଧି କରିବା ସହିତ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏତଦ୍ ବ୍ୟତୀତ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଗିଜ୍ୟ ରାଜିନାମାକୁ ଚୂଡ଼ାନ୍ତ କରିବା ନେତା ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି । ଦିଗରେ ଉଭୟ ନେ
ଏହି ଆଲୋଚନା ସମୟରେ ଦକ୍ଷତା ବିକାଶ, ନବସୃଜନତା, କୃତ୍ରିମ ବୁଦ୍ଧିମତା ଓ ସବୁଜ ଆମୋନିଆ ଉତ୍ପାଦନ ଆଦି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ସବୁଜ ହାଇଡ୍ରୋଜେନ୍ କ୍ଷେତ୍ରରେ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଛନ୍ତି,












Click it and Unblock the Notifications