Get Updates
Get notified of breaking news, exclusive insights, and must-see stories!

ଆଜି ଭାରତ-ଚୀନ୍ ମଧ୍ୟରେ ନବମ ରାଉଣ୍ଡ କର୍ପସ କମାଣ୍ଡର ସ୍ତରୀୟ ବୈଠକ

ପୂର୍ବ ଲଦାଖରେ ଚାଲିଥିବା ଉତ୍ତେଜନାକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ନବମ ରାଉଣ୍ଡ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ରବିବାର ସକାଳ 9.30 ରୁ ଚୂସୁଲଠାରେ ଆରମ୍ଭ ହୋଇଛି ।

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚାଲିଥିବା ଉତ୍ତେଜନାକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ନବମ ରାଉଣ୍ଡ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ରବିବାର ସକାଳ 9.30 ରୁ ଚୂସୁଲଠାରେ ଆରମ୍ଭ ହୋଇଛି । ସୀମା ବିବାଦକୁ ସମାଧାନ ନେଇ ଦୁଇ ଦେଶ ମଧ୍ୟରେ ଉଦ୍ୟମ ଚାଲିଛି। ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛନ୍ତି, ଯେ ଭାରତ ଏବଂ ଚୀନ୍ ପରବର୍ତ୍ତୀ ରାଉଣ୍ଡ ବରିଷ୍ଠ କମାଣ୍ଡର ସ୍ତରୀୟ ବୈଠକ କରିବାକୁ ରାଜି ହୋଇଛି ।

India-China

ପ୍ରାୟ ଆଠ ମାସ ଧରି ସୀମାରେ ଭାରତୀୟ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି। କୂଟନୈତିକ ଏବଂ ସାମରିକ ଆଲୋଚନା ଅନେକ ଥର ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ବଡ଼ ସଫଳତା ମିଳି ପାରି ନାହିଁ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଶୁକ୍ରବାର ଦିନ କହିଛନ୍ତି ଯେ ଆସନ୍ତା ପର୍ଯ୍ୟାୟ ବରିଷ୍ଠ କମାଣ୍ଡର ସ୍ତରର ବୈଠକ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି ଏବଂ ଆମେ ଏ ସମ୍ପର୍କରେ କୂଟନୈତିକ ଏବଂ ସାମରିକ ଶକ୍ତି ଉପରେ ଆଲୋଚନା ହେବ ।

ଗତ ବର୍ଷ ନଭେମ୍ବର 6ରେ ଉଭୟ ପକ୍ଷ ମଧ୍ୟରେ ଅଷ୍ଟମ ତଥା ଅନ୍ତିମ ରାଉଣ୍ଡ ସାମରିକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଉଭୟ ପକ୍ଷ ମୁହାଁମୁହିଁ ପରିସ୍ଥିତିରୁ ସୈନ୍ୟ ପ୍ରତ୍ୟାହାର ନେଇ ବ୍ୟାପକ ଆଲୋଚନା କରିଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+