ପୁଣି ଏକାଠି ହେଲେ ଭାରତ ଓ କାନାଡା, ନେଲେ ବଡ ନିଷ୍ପତ୍ତି

କାନାଡ଼ାରେ କାନାନାସ୍କିସରେ ଅନୁଷ୍ଠିତ G-7 ଶିଖର ସମ୍ମିଳନୀରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । G7 ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ପିଏମ ମୋଦିଙ୍କୁ ସ୍ବାଗତ କରିଥିଲେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି। ଏହି ଅବସରରେ ଦକ୍ଷିଣ କୋରିଆ ଓ ମେକ୍ସିକୋ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ମୋଦି। ସେହିଭଳି ଜାପାନ, ଜର୍ମାନୀ, କାନାଡ଼ା, ଇଟାଲୀ ଏବଂ ୟୁକ୍ରେନ ନେତାମାନଙ୍କ ସହ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ପିଏମ୍। ଭାରତ ସହ ସମ୍ପର୍କ ଆହୁରି ସୁଦୃଢ କରିବାକୁ ବିଭିନ୍ନ ପ୍ରସଙ୍ଗରେ ହୋଇଛି ଆଲୋଚନା ।

India and Canada

ତେବେ ସମ୍ମିଳନୀ ଆୟୋଜନ ପାଇଁ କାନାଡ଼ା ସରକାରଙ୍କୁ ପ୍ରଂଶସା କରିଛନ୍ତି ମୋଦି । ମୋଦି କହିଛନ୍ତି, ଭାରତ-କାନାଡା ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ଏକାଠି କାମ କରିବୁ । ଭାରତ ସହିତ ସମ୍ପର୍କ ଏବଂ ବିଭିନ୍ନ କ୍ଷେତ୍ରରେ ଚାଲିଥିବା ସହଭାଗିତାକୁ ପୁନର୍ଜୀବିତ କରାଯିବ ।

ଭାରତ ଓ କାନାଡ଼ା ଗଣତନ୍ତ୍ର ଓ ଆଇନର ଶାସନ ବିଶ୍ବାସରେ ଯୋଡ଼ି ହୋଇଛନ୍ତି । ଉଭୟ ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ବ ଘନିଷ୍ଠ ହେବାକୁ ଆମେ କାମ କରୁଛୁ। ବାଣିଜ୍ୟ, ଶକ୍ତି, ମହାକାଶ ବିଜ୍ଞାନ, ଖଣିଜ ପଦାର୍ଥ ଆଦି ଅନ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଅପାର ସମ୍ଭାବନା ରହିଛି। ବିଭିନ୍ନ କ୍ଷେତ୍ରରେ ସହଭାଗିତାକୁ ଆଗେଇ ନିଆଯିବ।

ସେପଟେ କାନାଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆତିଥ୍ୟ ଦେବା ଏକ ମହାନ ସମ୍ମାନ। ଆମେ ମିଳିତ ଭାବରେ ଶକ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ କାମ କରିବା ସହ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ କରିବୁ । ସେ ଆଶା ପ୍ରକାଶ କରିଛନ୍ତି ଯେ ଭାରତ-କାନାଡା ସମ୍ପର୍କ ଧୀରେ ଧୀରେ ଟ୍ରାକକୁ ଫେରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+