ଆସନ୍ତାକାଲି 'ଇଣ୍ଡିଆ' ମେଣ୍ଟର ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ, ନୀତୀଶ ହେବେ କି ସଂଯୋଜକ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ମିଳିତ ବିରୋଧୀ ଦଳ ଇଣ୍ଡିଆ ଶନିବାର (ଜାନୁଆରୀ ୧୩) ସକାଳ ୧୧.୩୦ ରେ ବୈଠକ କରିବାକୁ ଯାଉଛି ।

india alliance

ଇଣ୍ଡିଆ ଆଲାଏନ୍ସର ବରିଷ୍ଠ ନେତାଙ୍କ ଏହି ଅନଲାଇନ୍ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତୀଶ କୁମାରଙ୍କୁ ସଂଯୋଜକ କରାଯାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସୂତ୍ରରୁ ପ୍ରକାଶ ଯେ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ଅଧିକାଂଶ ଦଳ ନୀତୀଶ କୁମାରଙ୍କୁ ସଂଯୋଜକ କରିବା ପାଇଁ ରାଜି ହୋଇଛନ୍ତି, କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏ ବିଷୟରେ କିଛି କହିନାହାଁନ୍ତି । ଶନିବାର ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ଏହାର କାରଣ ହେଉଛି ଆସନ ବୁଝାମଣାକୁ ନେଇ ଚୂଡ଼ାନ୍ତ କରିବାକୁ ପଡିବ । କଂଗ୍ରେସର ନ୍ୟାସନାଲ ଆଲାଏନ୍ସ କମିଟି ପ୍ରତିଦିନ ସାରା ରାଜ୍ୟରେ ଆସନ ବୁଝମଣା ଉପରେ ଆଲୋଚନା କରୁଛି ।

ଗଠବନ୍ଧନ ଇଣ୍ଡିଆର ସହଯୋଗୀ କମିଟି ମହାରାଷ୍ଟ୍ରର ପୂର୍ବତନ ସିଏମ୍ ଉଦ୍ଧବ ଠାକରେଙ୍କ ଶିବସେନା, ଶରଦ ପାୱାରଙ୍କ ଏନସିପି, ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି, ଆରଜେଡି ଏବଂ ସମାଜବାଦି ପାର୍ଟି ସହିତ ଆସନ ବାଣ୍ଟିବା ନେଇ ବୈଠକ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+