INDIA Alliance: ମିଳିଗଲେ 'ଇଣ୍ଡିଆ'ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ମୋଦୀଙ୍କୁ ସାମ୍ନା କରିବେ ଏହି ନେତା...
INDIA Alliance: ମୁମ୍ବାଇରେ ବିରୋଧିଙ୍କ 'ଇଣ୍ତିଆ' ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଜୋର ଧରିଛି । ରେସରେ ଅଛନ୍ତି ଅନେକ ବଡ଼ ଚେହେରା ହେଲେ ଡିମାଣ୍ତରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଏ କଥା ଆମେ କହୁ ନାହୁଁ, ଆପର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର ଏପରି ଦାବି ନେଇ ଆସିଛନ୍ତି ।
ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦି ମୋତେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚେହେରା ବିଷୟରେ ପଚରାଯାଏ ତେବେ ମୁଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁ ବାଛିବି । ସେ ଦିଲ୍ଲୀ ବହୁ ପରିବର୍ତ୍ତନ ଆଣିଛନ୍ତି, ଲୋକଙ୍କ ପାଇଁ ବୋହୁ ସୁବିଧା ଆଣିଛନ୍ତି ଯଦି ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ତେବେ ଅର୍ଥନୀତି ସୁଦୃଢ ହେବ ।

ସେ ଆହୁରି କହିଛନ୍ତି, ଯଦି ଅରବିନ୍ଦ କେଜ୍ରିୱାଲଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଯାଏ ତେବେ ଅର୍ଥନୀତି ସୁଦୃଢ ହେବ । ଦିଲ୍ଲୀବାସୀଙ୍କୁ ମାଗଣା ପାଣିଠୁ ଆରମ୍ଭ କରି ବିଜୁଳି ଯୋଗାଇ ଦିଆଯାଉଛି । ଦିଲ୍ଲୀର ମାଗଣା ସେବାକୁ ସେ ପ୍ରଶଂସା କରିଛନ୍ତି । ସେହିପରି ମହିଳାଙ୍କ ପାଇଁ ବସ୍ ଯାତ୍ରା, ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ତୀର୍ଥଯାତ୍ରା ଆଜି ମଧ୍ୟ ବ୍ୟବସ୍ଥା ରହିଛି । ଏହି ସମସ୍ତ ସୁବିଧା ଯୋଗାଇବା ପରେ ମଧ୍ୟ ସେ ଅତିରିକ୍ତ ବଜେଟ୍ ଉପସ୍ଥାପିତ କରୁଛନ୍ତି ।
#WATCH | AAP's Chief National Spokesperson Priyanka Kakkar says, "If you ask me, I would want Arvind Kejriwal to be the Prime Ministerial candidate. Even in such back-breaking inflation, the national capital Delhi has the lowest inflation. There is free water, free education,… pic.twitter.com/vMUquowQU6
— ANI (@ANI) August 30, 2023
ଅରବିନ୍ଦ କେଜ୍ରିୱାଲ୍ ଲଗାତାର ସାଧାରଣ ଲୋକଙ୍କ ସସମ୍ୟାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ପରି ଅନେକ ଗୁରୁତ୍ୱ ପ୍ରସଙ୍ଗକୁ ନେଇ ସେ ପ୍ରଶ୍ନ ଉଠାଉଛନ୍ତି । ଦେବେ ବିରୋଧିଙ୍କୁ କଡା ଟକ୍କର ଦେବା ପାଇଁ କେଜ୍ରିୱାଲ୍ ଜଣେ ଉତ୍ତମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବ ବୋଲି କକ୍କର କହିଛନ୍ତି । ସେହିପରି ସେ ମୋଦିଙ୍କ ଅର୍ଥନୈତିକ ଦୃଷ୍ଟିକୋଣକୁ ମଧ୍ୟ ସମାଲୋଚନା କରି କେଜ୍ରିୱାଲ୍ ଗୁଣଗାନ କରିଛନ୍ତି ସେ କହିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କ ଦୃଷ୍ଟି ଭଙ୍ଗିରୁ ଭାରତ ଉତ୍ପାଦନର ହବ୍ ହେବ । ଦେଶରେ ବ୍ୟବସାୟୀଙ୍କ ପାଇଁ ଭଲ ସୁଯୋଗ ସୃଷ୍ଟି ହେବ । ଶିକ୍ଷାରେ ଉନ୍ନତି ହେବା ସହ ଡଲାର ଖର୍ଚ୍ଚ କରି ଭାରତକୁ ପାଠ ପଢିବା ପାଇଁ ଆସିବେ ବିଦେଶୀ ଛାତ୍ରଛାତ୍ରୀ ।
ସୂଚନାଥାଉ ଯେ, ଆସନ୍ତାକାଲି ମୁମ୍ବାଇରେ ବସିବା ପାଇଁ ଯାଉଛି 'ଇଣ୍ତିଆ' ମେଣ୍ଟର ତୃତୀୟ ବୈଠକ । ମୁମ୍ବାଇର ଗ୍ରାଣ୍ତ୍ ହୟାତ ହୋଟେଲରେ ଏହି ବୈଠକ ବସିବ । ଏହି ବୈଠକରେ ଅନକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଏବେ ସମସ୍ତଙ୍କ ନଜର ବିରୋଧିଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ଉପରେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications