'୨୦୩୦ ସୁଦ୍ଧା ଅଣପାରମ୍ପରିକ ଉତ୍ସରୁ ୫୦୦ ଗିଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି ଭାରତ'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶରେ ୫ ହଜାର ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ସିଓମି ଜିଲ୍ଲାରେ ଦୁଇଟି ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ତୱାଙ୍ଗ୍ରେ ଏକ ସମ୍ମିଳନୀ କେନ୍ଦ୍ରର ମଧ୍ୟ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସଡ଼କ ସଂଯୋଗୀକରଣ, ସ୍ୱାସ୍ଥ୍ୟ ସେବା ଏବଂ ଅଗ୍ନି ନିରାପତ୍ତା ସମେତ ବିଭିନ୍ନ କ୍ଷେତ୍ରରେ ୧ ହଜାର ୨୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଇଟାନଗରର ଇନ୍ଦିରା ଗାନ୍ଧି ପାର୍କ ଠାରେ ଏକ ସାଧାରଣସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅରୁଣାଚଳ କେବଳ ଉଦୀୟ ସୂର୍ଯ୍ୟଙ୍କ ଭୂମି ନୁହେଁ ବରଂ ଏହା ଦେଶ ପ୍ରେମର ଜନ୍ମଭୂମି । ଅରୁଣାଚଳର ପ୍ରତ୍ୟେକ ବ୍ୟକ୍ତି ବୀରତ୍ୱ ଓ ସରଳତାର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୩୦ ସୁଦ୍ଧା ସୌର, ପବନ ଏବଂ ଜଳପ୍ରକଳ୍ପ ଭଳି ଅଣ-ପାରମ୍ପରିକ ଉତ୍ସରୁ ଭାରତ ୫୦୦ ଗିଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି । ଅରୁଣାଚଳ ପ୍ରଦେଶ ଏ ଦିଗରେ ସମନ୍ୱୟ ଭାବେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପରବର୍ତ୍ତୀ ପିଢ଼ି ଜି.ଏସ୍. ସଂସ୍କାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।












Click it and Unblock the Notifications