ଏହି ଫର୍ମୁଲାରେ ଝାଡ଼ଖଣ୍ଡରେ ହେବ ଆସନ ବୁଝାମଣା, ଜାଣନ୍ତୁ କାହାକୁ ମିଳିବ କେତେ ସିଟ୍
ରାଞ୍ଚି: ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଛି । କିନ୍ତୁ ଝାଡ଼ଖଣ୍ଡର ଗ୍ରାଣ୍ଡ ଆଲାଏନ୍ସ ସିଟ୍ ବାଣ୍ଟିବା ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରି ନାହିଁ । ଏ ବାବଦରେ ଏକ ବୈଠକ ପରେ ବୈଠକ ଚାଲିଛି । କିନ୍ତୁ କିଛି ନିଷ୍କର୍ସ ବାହାରି ପାରୁ ନାହିଁ । ତେବେ ସୂଚନାନୁସାରେ, ସିଟ୍ ବାଣ୍ଟିବା ନେଇ ଇଣ୍ଡିଆ ମିଳିତ ମଞ୍ଚ ମଧ୍ୟରେ ପ୍ରାୟ ଏକ ସହମତି ପ୍ରକାଶ ପାଇଛି ଏବଂ ଏହି ସପ୍ତାହରେ ଆସନ ସମ୍ପର୍କରେ ଘୋଷଣା ମଧ୍ୟ କରାଯାଇପାରେ ବୋଲି ଏବେ କୁହାଯାଉଛି ।
ଖବର ଅନୁଯାୟୀ ଝାଡଖଣ୍ଡରେ ଥିବା ଇଣ୍ଡିଆ ମିଳିତ ମଞ୍ଚ ମଧ୍ୟରେ ସିଟ୍ ବାଣ୍ଟିବା ସୂତ୍ର ସ୍ଥିର ହୋଇଛି, କଂଗ୍ରେସ ୭ ଟି ସିଟ୍, ଜେଏମ୍ଏମ୍ ୫ ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ଆରଜେଡି ଏବଂ ସିପିଆଇ ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । କିନ୍ତୁ, ମିଳିତ ମଞ୍ଚ ମଧ୍ୟରେ ଚାପ ରାଜନୀତି ଏବେ ଜାରି ରହିଛି । ଆସନ ଉପରେ ବିବାଦ ଶେଷ ହେବା ମାତ୍ରେ ଚାପ ପୁଣି ଆରମ୍ଭ ହୁଏ ଯେଉଁଥିପାଇଁ ପ୍ରାର୍ଥୀ ଏବଂ ଆସନକୁ ନେଇ ମିଳିତ ମଞ୍ଚରେ ଦ୍ୱନ୍ଦ୍ୱ ଦେଖାଦେଇଥାଏ ।

ସୂଚନାନୁସାରେ, ଆରଜେଡି ଝାଡଖଣ୍ଡରେ ଦୁଇଟି ସିଟ୍ ଦାବି କରୁଛି । ଚତରା ଆସନ ଆରଜେଡି ପାଇଁ ପୂର୍ବରୁ ରହିଛି । କିନ୍ତୁ ବର୍ତ୍ତମାନ ଆରଜେଡି ପାଲାମୁ ଆସନ ଉପରେ ଦାବି ରଖିଛି । ଯେଉଁଥିପାଇଁ ମିଳିତ ମଞ୍ଚରେ ଆସନ ବୁଝମାଣକୁ ନେଇ ଅସୁବିଧା ହେଉଥିବା ଚର୍ଚ୍ଚା ହେଉଛି । ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ସତ୍ୟନନ୍ଦ ଭୋକ୍ଟାଙ୍କୁ ଚତରା ଆସନରୁ ଓହ୍ଲାଇପାରେ ଆରଜେଡି । ଏବଂ ପାଲାମୁରେ ମଧ୍ୟ ଆରଜେଡି ଭାୟା ଜାତିର ପ୍ରାର୍ଥୀ ଦେବାକୁ ଚେଷ୍ଟା କରୁଛି ।
କାରଣ ଏହି ଦୁଇଟି ଆସନରେ ଯାଦବ, ଭୋକଟା, ଭାୟା ଏବଂ ମୁସଲମାନ ଭୋଟରଙ୍କ ପ୍ରଭାବ ଦେଖିବାକୁ ମିଳେ । ତେଣୁ ଅବରୋଧ ଅବ୍ୟାହତ ରହିଛି । କୁହାଯାଉଛି ଯେ ପାଲାମୁ ବଦଳରେ ଆରଜେଡି ବିହାରରେ କଂଗ୍ରେସକୁ ଗୋଟିଏ ଆସନ ଦେଇପାରେ । ଆଉ ଏଭଳି ଆଲୋଚନା କୁଆଡ଼େ ପରଦା ପଛରେ ଚାଲିଛି । ଏହି କାରଣରୁ ଏପର୍ଯ୍ୟନ୍ତ ଦଳ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନାହିଁ ।












Click it and Unblock the Notifications