ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ INDI ମେଣ୍ଟ ପ୍ରାର୍ଥୀ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ INDI ମେଣ୍ଟ ପ୍ରାର୍ଥୀ। INDI ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ନାମାଙ୍କନ ଭରିଲେ। ମଲ୍ଲିକାର୍ଜୁନ ଖଡ୍‌ଗେ, ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ଶରଦ ପାୱାର ଉପସ୍ଥିତ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ।

INDI Alliance candidate files nomination for Vice Presidential election

ରେଡ୍ଡୀ ହେଉଛନ୍ତି ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଏବଂ ସେ ଗୋଆର ପ୍ରଥମ ଲୋକାୟୁକ୍ତ। ୧୯୪୬ରେ ଜୁଲାଇରେ ଜନ୍ମିତ ଜଷ୍ଟିସ୍‌ ସୁଦର୍ଶନ ରେଡ୍ଡୀ ୧୯୭୧ ଡିସେମ୍ବର ୨୭ ତାରିଖରେ ଆନ୍ଧ୍ରପ୍ରଦେଶ ବାର୍‌ କାଉନସିଲ୍‌ରେ ଆଇନଜୀବୀ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୮୮ ରୁ ୧୯୯୦ ମଧ୍ୟରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ସରକାରୀ ଓକିଲ ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୯୯୦ ମସିହାରେ କେନ୍ଦ୍ର ସରକାରଙ୍କ ପାଇଁ ଅତିରିକ୍ତ ସ୍ଥାୟୀ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର ଆଇନ ପରାମର୍ଶଦାତା ତଥା ସ୍ଥାୟୀ ପରାମର୍ଶଦାତା ମଧ୍ୟ ଥିଲେ।

୧୯୯୫ ମେ' ୨ ତାରିଖରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ସ୍ଥ‌ାୟୀ ବିଚାରପତି ନିଯୁକ୍ତ ହେଲେ ଏବଂ ୨୦୦୫ ଡିସେମ୍ବର ୫ ତାରିଖରେ ସେ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିଲେ। ୨୦୦୭ ଜାନୁଆରି ୧୨ ତାରିଖରେ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଥିଲେ ଏବଂ ୨୦୧୧ ଜୁଲାଇ ୮ ତାରିଖରେ ତାଙ୍କ ଅବସର ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲେ। ୨୦୧୨ ମାର୍ଚ୍ଚରେ ଜଷ୍ଟିସ୍‌ ସୁଦର୍ଶନ ରେଡ୍ଡୀ ଗୋଆ ଲୋକାୟୁକ୍ତ ଭାବେ ଦାୟିତ୍ବ ନେଇଥିଲେ। କିନ୍ତୁ ମାତ୍ର ୭ ମାସ ମଧ୍ୟରେ ସେ ‌ବ୍ୟକ୍ତିଗତ କାରଣ ଦର୍ଶା‌ଇ ଏହି ପଦବି ଛାଡ଼ି ଦେଇଥିଲେ। ଉଲ୍ଲେଖଯୋଗ୍ୟ, ସୁଦର୍ଶନ ରେଡ୍ଡୀ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ୬୭ ବର୍ଷୀୟ ଭିପି ରାଧାକ୍ରିଷ୍ଣନ୍‌ଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ସିପି ରାଧାକ୍ରିଷ୍ଣନ୍‌ ଜଣେ ପ୍ରମୁଖ ବି‌ଜେପି ନେତା। ଏବେ ସେ ମହାରାଷ୍ଟ୍ର ରାଜ୍ୟପାଳ ଅଛନ୍ତି । ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ। ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଆବଶ୍ୟକ ପଡ଼ିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+