ଦାଢ଼ି କାଟି ଭୋଟ ମାଗିଲେ ପ୍ରାର୍ଥୀ
ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଦେଶରେ ପ୍ରଚାର ମଧ୍ୟ ଜୋର ଧରିଛି । ନେତା ଏବେ ବିଭିନ୍ନ ଉପାୟରେ ଭୋଟରଙ୍କୁ ମନାଇବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଆଉ ଏବେ ପ୍ରଚାର କରିବାର ଏକ ନିଆର ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁ ରାମନାଥପୁର ଅଞ୍ଚଳରେ । ଏଠି ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀ ଜଣଙ୍କ ସାଇକେଲରେ ଘର ଘର ବୁଲୁଛନ୍ତି ।

ବାରିକ ସାଜି ଲୋକମାନଙ୍କ ଦାଢି କାଟିବା ସହ ଭୋଟ ତାଙ୍କୁ ଦେବା ପାଇଁ ଅନୁରୋଧ କରୁଛନ୍ତି । ଆଉ ଏହି ନେତାଙ୍କ ଦାଢ଼ିକଟା ଭିଡ଼ିଓ ଏବେ ସୋଶିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସୂଚନାନୁସାରେ, ତାମିଲନାଡ଼ୁର ରାମନାଥପୁରମର ସ୍ୱାଧୀନ ପ୍ରାର୍ଥୀ ପାରୀରଜନ ଏକ ଭିନ୍ନ ଶୈଳୀରେ ପ୍ରଚାର କରୁଛନ୍ତି ।












Click it and Unblock the Notifications