ଦିଲ୍ଲୀ ଲାଲକିଲ୍ଲାରେ ତାକା ଉତ୍ତୋଳନ ପ୍ରଧାନମନ୍ତ୍ରୀ
Independence Day 2024: ଦେଶ ପାଳନ କରୁଛି ୭୮ ତମ ସ୍ୱାଧୀନତା ଦିବସ। ଏଥିସହ ସାରା ଦେଶରେ ଜାରି ରହିଛି ହର ଘର ତ୍ରିରଙ୍ଗା ଅଭିଯାନ। ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶର ବହୁ ମାନ୍ୟଗଣ ବ୍ୟକ୍ତି ମଧ୍ୟ ସାମିଲ ହୋଇଛନ୍ତି । ଏଥିପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ପ୍ରଧାନମନ୍ତ୍ରୀ ଭାବେ ୧୧ଥର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୋଦି ।













Click it and Unblock the Notifications