IND vs PAK WAR: ପାକିସ୍ତାନର ଟାର୍ଗେଟରେ ଥିଲା ଅମୃତସରର ସ୍ୱର୍ଣ୍ଣ ମନ୍ଦିର

ଭାରତର ନଅଟି ସ୍ଥାନରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ପରେ ମେ ୮ ତାରିଖରେ ପାକିସ୍ତାନ ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରକୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଅମୃତସରର ସ୍ୱର୍ଣ୍ଣ ମନ୍ଦିର ମଧ୍ୟ ପାକିସ୍ତାନର ଟାର୍ଗେଟରେ ଥିଲା, କିନ୍ତୁ ଭାରତୀୟ ସେନା ଏହାକୁ ବିଫଳ କରିଥିଲା । ଏକ ରିପୋର୍ଟରେ ଏହାର ଖୁଲାସା ହୋଇଛି।

ଏଏନଆଇର ଏକ ରିପୋର୍ଟ ଅନୁଯାୟୀ, ମେଜର ଜେନେରାଲ କାର୍ତିକ ସି ସେଷାଦ୍ରୀ ପାକିସ୍ତାନର ଆକ୍ରମଣ ଉଦ୍ୟମର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନୀ ସେନା ଅମୃତସରର ସ୍ୱର୍ଣ୍ଣ ମନ୍ଦିର ଉପରେ ଡ୍ରୋନ୍ ମାଧ୍ୟମରେ ହମଲା କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତୀୟ ସେନା ପାକିସ୍ତାନର ସମସ୍ତ ହମଲାକୁ ବିଫଳ କରି ଦେଇଥିଲା। ପାକିସ୍ତାନ କେବଳ ଧାର୍ମିକ ସ୍ଥାନକୁ ନୁହେଁ, ସାଧାରଣ ନାଗରିକମାନଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା।

ମେଜର ଜେନେରାଲ କହିଛନ୍ତି ଯେ ଭାରତୀୟ ସେନା ସ୍ୱର୍ଣ୍ଣ ମନ୍ଦିର ଭଳି ଧାର୍ମିକ ସ୍ଥାନ ସମେତ ବେସାମରିକ ପ୍ରତିଷ୍ଠାନ ସହିତ ପାକିସ୍ତାନର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାର ପଦକ୍ଷେପକୁ ଅନୁମାନ କରିଥିଲା। ଯାହାଫଳରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସମସ୍ତ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି।

Pakistan s target was the Golden Temple of Amritsar

ସେ ଆହୁରି କହିଛନ୍ତି ଯେ ''ପାକିସ୍ତାନ ମେ ୮ ତାରିଖରେ ମାନବହୀନ ବାୟୁ ଅସ୍ତ୍ରଶସ୍ତ୍ର; ମୁଖ୍ୟତଃ ଡ୍ରୋନ୍ ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ସହିତ ଏକ ବଡ଼ ବିମାନ ଆକ୍ରମଣ କରିଥିଲା। ଏପରି ହେବ ବୋଲି ଆମେ ପୂର୍ବରୁ ଆଶଙ୍କା କରି ସତର୍କ ରହିଥିଲୁ। ଆମର ସାହସୀ ଏବଂ ସତର୍କ ସେନା ବାୟୁ ପ୍ରତିରକ୍ଷା ବନ୍ଧୁକଧାରୀମାନେ ପାକିସ୍ତାନ ସେନାର ଘୃଣ୍ୟ ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଥିଲେ। ସ୍ୱର୍ଣ୍ଣ ମନ୍ଦିରକୁ ଟାର୍ଗେଟ କରାଯାଇଥିବା ସମସ୍ତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଗୁଳି କରି ଖସାଇ ଦେଇଥିଲେ। ଏପରିକି ଆମର ପବିତ୍ର ସ୍ୱର୍ଣ୍ଣ ମନ୍ଦିରରେ ଗୋଟିଏ ବି ଆଘାତ ଲାଗିବାକୁ ଦେଲେ ନାହିଁ,"।

ପୂର୍ବରୁ ପାହାଲଗାମ ଆତଙ୍କବାଦୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଭାରତ ୬-୭ ମେ' ରାତିରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନ୍ ଅଧୀନରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ୯ଟି ଆତଙ୍କବାଦୀ ଠିକଣାକୁ ନିଶାନା କରାଯାଇଥିଲା ଏବଂ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ଏହାର ଜବାବରେ ପାକିସ୍ତାନ ତିନି ଦିନ ଧରି ଡ୍ରୋନ୍ ଓ ମିସାଇଲ୍ ମାଧ୍ୟମରେ ହମଲା ଜାରି ରଖିଥିଲା। ଭାରତୀୟ ସେନା ଏହାର ମୁଁହତୋଡ଼ ଜବାବ ଦେଇ ପାକିସ୍ତାନର ୧୧ଟି ଏୟାରବେସକି ଧ୍ୱଂସ କରିଦେଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+