ବଢିବ ପିଏମ୍ ଆବାସ; ୧ ଲକ୍ଷ ୨୦ ହଜାର ବଦଳରେ ମିଳିବ ୧ ଲକ୍ଷ ୮୦ ହଜାର
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଦାନ ବୃଦ୍ଧି ହେବ । ଅନୁଦାନ ୧ ଲକ୍ଷ ୨୦ ହଜାରରୁ ବଢ଼ି ୧ ଲକ୍ଷ ୮୦ ହଜାର ହେବ । ଖୁବ୍ ଶୀଘ୍ର ଗାଇଡଲାଇନ ଆସିବ କହିଲେ ପଞ୍ଚାୟତିରାଜ୍ ମନ୍ତ୍ରୀ । ମନରେଗାକୁ ମିଶାଇଲେ ପିଏମ୍ ଆବାସ ପାଇଁ ମିଳିବ ୨ ଲକ୍ଷ ଟଙ୍କା । ସେହିପରି ଶୌଚାଳୟ ନିର୍ମାଣ ଅନୁଦାନ ବି ବୃଦ୍ଧି କରାଯିବ । ପୂର୍ବରୁ ଶୌଚାଳୟ ପାଇଁ ୧୨ ହଜାର ମିଳୁଥିଲା, ଏଣିକି ୨୦ ହଜାର ।
ଖୁବଶୀଘ୍ର ସମ୍ପୂର୍ଣ୍ଣ ଗାଇଡଲାଇନ ଆସିବ । ସେହିପରି ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆଯାଉଥିଲା ବର୍ତ୍ତମାନ ତାକୁ ୨୦ ହଜାର ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତି ଆବାସ ଘରକୁ ମଡେଲ ଗୃହ ଭାବେ ନିର୍ମାଣ କରାଇବେ ରାଜ୍ୟ ସରକାର । ପାଣି, ଶୌଚାଳୟ, ବିଜୁଳି, ସବୁ ଆବାସକୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବଢିବ ପିଏମ୍ ଆବାସ ଟଙ୍କା । ପିଏମ୍ ଆବାସ୍ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ । ତାଙ୍କ କହିବା ମୁତାବକ, ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ବଦଳରେ ୧ ଲକ୍ଷ ୮୦ ହଜାର ଟଙ୍କା ମିଳିବ।












Click it and Unblock the Notifications