ଦୀର୍ଘ ୬୦ ଘଣ୍ଟା ପରେ ବିବିସି ଅଫିସରୁ ବାହାରିଲା ଆୟକର ଟିମ୍
ଆନ୍ତାର୍ଜାତିକ ଟିସସ୍ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ ଆୟକର ବିଭାଗ ଟିମ୍ ବିବିସିର ମୁମ୍ବାଇ ଓ ଦିଲ୍ଲୀ ଅଫିସରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ହଠାତ୍ ରେଡ୍ କରିଥିଲା ।ଗତକାଲି ରାତିରେ ଅର୍ଥାତ୍ ଗୁରୁବାର ଦିନ ରାତି ୧୦ଟାରେ ଯାଞ୍ଚ ସାରିଛି ।

IT Raid At BBC Office:: ଦୀର୍ଘ ୬୦ ଘଣ୍ଟାର ରେଡ୍ ପରେ ବିବିସି ଅଫିସରୁ ବାହାରିଲା ଆୟକର ଟିମ୍ । ସୂଚନା ଅନୁସାରେ, ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ କାଗଜପତ୍ର ଜଗତ କରାଯାଇଛି । ମଙ୍ଗଳବାର ଦିନ ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ ଅଫିସରେ ରେଡ୍ କରାଯାଇଥିଲା । ଗତକାଲି ଏହା ସମାପ୍ତ ହୋଇଛି ।
ସୂଚନା ଅନୁସାରେ, ପ୍ରାୟ ୧୦ ଜଣ ବରିଷ୍ଠ ଆୟକର ବିଭାଗ ଅଧିକାରୀ ବିବିସି ଦିଲ୍ଲୀ କାର୍ଯ୍ୟାଳୟରେ ଚଢାଉ କରିଥିଲେ । ଏହି ସମୟରେ ସିନିୟର ଏଡିଟରଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିଲେ ଆୟକାର ଅଧିକାରୀ । ଏହାସହ କମ୍ପୁଟର, ଲାପଟପ୍, ସହ ଇଲୋକଟ୍ରନିକସ ଡିଭାଅସକୁ ମଧ୍ୟ ଯାଞ୍ଚ କରାଯାଇଥିଲା ।
ଆନ୍ତାର୍ଜାତିକ ଟିସସ୍ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ ଆୟକର ବିଭାଗ ଟିମ୍ ବିବିସିର ମୁମ୍ବାଇ ଓ ଦିଲ୍ଲୀ ଅଫିସରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ହଠାତ୍ ରେଡ୍ କରିଥିଲା । ରିପୋର୍ଟ ଅନୁସାରେ, ଆୟକର ବିଭାଗର କର୍ମଚାରୀ ମାନେ ଆର୍ଥିକ ତଥ୍ୟ ସଂଗ୍ରହ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ସଂଗ୍ରହ କରିଥିଲା । ଯାହା ପରେ,ଗତକାଲି ରାତିରେ ଅର୍ଥାତ୍ ଗୁରୁବାର ଦିନ ରାତି ୧୦ଟାରେ ଟିମ୍ ନିଜ ଯାଞ୍ଚ ସାରି ବିବିସି ଅଫିସ ଛାଡିଥିଲା ।
ରେଡ୍ ସରିବା ପରେ, ବିବିସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ବିବିସି ଏକ ବିଶ୍ୱସନୀୟ ସ୍ୱତନ୍ତ୍ର ମିଡିଆ ସଙ୍ଗଠନ । ଆମେ ସହକର୍ମୀ ଏବଂ ସାମ୍ବାଦିକଙ୍କ ସବୁ ପରିସ୍ଥିତିରେ ଅଛୁ । ଯିଏ ବିନା କୌଣସି ପକ୍ଷପାତାରେ ନିଜ କାମ କରିଛି ଏବଂ ଆଗକୁ ମଧ୍ୟ ଜାରି ରଖିବ । ଆଶା କରୁଛୁ ଖୁବ ଶିଘ୍ର ଏହି ମାମଲାର ସମାଧାନ ହେବ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications