ଆୟକର ରିଟର୍ଣ୍ଣ ଦାଖଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର
ଦେଶର କୋଟି କୋଟି ଆୟକରଦାତା ମାନଙ୍କ ପାଇଁ ଏକ ବଡ଼ ଖବର। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଆୟକର ରିଟର୍ଣ୍ଣ ଫାଇଲ ତାରିଖକୁ ୧୫ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଥିବା ଘୋଷଣା କରାଯାଇଛି। ପୂର୍ବରୁ ଏହାର ଶେଷ ତାରିଖ ଜୁଲାଇ ୩୧, ୨୦୨୫ ଥିଲା। କିନ୍ତୁ ବର୍ତ୍ତମାନ୍ ଏହାକୁ ବଢାଇ ୧୫ ସେପ୍ଟେମ୍ବର ୨୦୨୫ କରାଯାଇଛି।
ରିଟର୍ଣ୍ଣ ଦାଖଲକୁ ସହଜ ଓ ସରଳ କରିବା ପାଇଁ ଚଳିତ ବର୍ଷ ଅର୍ଥାତ୍ ୨୦୨୫-୨୬ ପାଇଁ ଆଇଟିଆର ଫର୍ମରେ କିଛି ପରିବର୍ତ୍ତନ କରାଯାଇଛି। ତେବେ ସିଷ୍ଟମ ଅପଡେଟ୍, ଟିଡିଏସ୍ ଡାଟାର ପରୀକ୍ଷା ଏବଂ ସମାୟୋଜନ ଇତ୍ୟାଦି କାରଣରୁ ପରିବର୍ତ୍ତନଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଅଧିକ ସମୟ ଲାଗୁଛି।

୩୧ ମଇ ୨୦୨୫ ସୁଦ୍ଧା ଦାଖଲ ହେବାକୁ ଥିବା ଟିଡିଏସ ଷ୍ଟେଟମେଣ୍ଟର ଡାଟା ଜୁନ୍ ପୂର୍ବରୁ ଦୃଶ୍ୟମାନ ହେବ ନାହିଁ। ଯେଉଁଥିପାଇଁ ଟିକସ ଦେବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିପାରିବ ନାହିଁ । ଏହି କାରଣରୁ ସିବିଡିଟି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହାପରେ କରଦାତାମାନେ ରିଟର୍ଣ୍ଣ ଦାଖଲ କରିବା ପାଇଁ ପର୍ଯ୍ୟାପ୍ତ ସମୟ ପାଇପାରିବେ।
ଆୟକର ବିଭାଗ ପକ୍ଷରୁ ଏକ୍ସ (ଯାହାକି ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା ଥିଲା) ରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛି। ପୋଷ୍ଟରେ ଲେଖାଯାଇଛି, "କରଦାତାମାନେ ଧ୍ୟାନ ଦିଅନ୍ତୁ! ଆଇଟିଆର ଫାଇଲିଂର ଶେଷ ତାରିଖକୁ ୩୧ ଜୁଲାଇରୁ ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଆଇଟିଆର ଫର୍ମ, ସିଷ୍ଟମ ବିକାଶ ଆବଶ୍ୟକତା ଏବଂ ଟିଡିଏସ କ୍ରେଡିଟ୍ ପ୍ରତିଫଳନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଯୋଗୁଁ ଏହି ସମ୍ପ୍ରସାରଣ ଅଧିକ ସମୟ ପ୍ରଦାନ କରିବ। ଏହା ସମସ୍ତଙ୍କ ପାଇଁ ଏକ ସୁଗମ ଏବଂ ସଠିକ୍ ଫାଇଲିଂ ଅଭିଜ୍ଞତା ସୁନିଶ୍ଚିତ କରେ। ପରେ ଆନୁଷ୍ଠାନିକ ବିଜ୍ଞପ୍ତି ଦିଆଯିବ।"












Click it and Unblock the Notifications