ଆଇଟିଏଟି ରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା, ଜାଣନ୍ତୁ କଣ ରହିଛି କାରଣ?
ନୂଆଦିଲ୍ଲୀ: ଆୟକର ବିଭାଗ ଦ୍ୱାରା ନିଆଯାଇଥିବା ଟିକସ ସଂଗ୍ରହ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତ ରଖିବାକୁ ତଥା ଦଳର ବ୍ୟାଙ୍କ ଆକାଉଣ୍ଟରେ ଫ୍ରିଜ ହଟାଇବାକୁ କଂଗ୍ରେସ ପାର୍ଟିର ଆବେଦନକୁ ଆୟକର ଆବେଦନ ଟ୍ରିବ୍ୟୁନାଲ (ଆଇଟିଏଟି) ପ୍ରତ୍ୟାଖ୍ୟାନ କରିଛି । ପାର୍ଟି ତା'ର ବ୍ୟାଙ୍କ ଖାତାଉପରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବା ପାଇଁ ଯାଚିକାରେ ଦାବି କରିଥିଲା ଯାହାକୁ ଆଇଟିଏଟି ଖାରଜ କରି ଦେଇଛି ।
କଂଗ୍ରେସରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ ବିବେକ ତନଖା ଏହି ଆଦେଶକୁ ୧୦ ଦିନ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ , ଯାହା ଦ୍ୱାରା କି ଭାରତୀୟ ଜାତୀୟ କଂଗ୍ରେସ ହାଇକୋର୍ଟଙ୍କ ନିକଟକୁ ଯାଇପାରିବ । କିନ୍ତୁ ଖଣ୍ଡପାଠ କହିଛନ୍ତି ଆମ ସମ୍ମୁଖରେ ସେପରି କୌଣସି ବ୍ୟବସ୍ଥା ନାହିଁ କହି ଏହାକୁ ଏହାକୁ ପ୍ରତ୍ୟାଖ୍ୟାନ କରିଛି ।

ସୁଚନାନୁସାରେ ଆୟକର ବିଭାଗ କଂଗ୍ରେସ ଓ ଯୁବ କଂଗ୍ରେସ ସହ ଜଡିତ ୪ଟି ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିଦେଇଥିଲା । ଏଜେନ୍ସି ଦଳକୁ ୨୧୦କୋଟି ଟଙ୍କାର ରିକଭରି ପାଇଁ ନିର୍ଦ୍ଦେଶ ଦେଇଛି । ଅର୍ଥାତ୍ କଂଗ୍ରେସକୁ ଏହି ଟଙ୍କା ଜରିମାନା ଆକାରରେ ଆୟକର ବିଭାଗକୁ ଦେବାକୁ ପଡିବ । ପ୍ରାଧିକରଣର ଏହି ଘୋଷଣା ପରେ କଂଗ୍ରେସ କଂଗ୍ରେସ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ବିବେକ ତନ୍ଖା ଆଇଟିଏଟି ଆଦେଶକୁ ୧୦ଦିନ ପାଇଁ ସ୍ଥଗିତ ରଖିବାକୁ ଆଗ୍ରହ୍ୟ କରିଥିଲେ । କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଛି ଆଇଟିଏଟି ।












Click it and Unblock the Notifications