ମକର ସଂକ୍ରାନ୍ତିରେ ଅଘଟଣ, ଚାଇନିଜ୍ ମାଞ୍ଜା ସୂତା ନେଲା ବାଇକ୍ ଆରୋହୀଙ୍କ ଜୀବନ
ମକର ସଂକ୍ରାନ୍ତିରେ ବଡ ଦୁର୍ଘଟଣା। ମାଞ୍ଜା ସୂତା ନେଲା ବାଇକ୍ ଆରୋହୀଙ୍କ ଜୀବନ। କର୍ଣ୍ଣାଟକର ବିଦରରେ ଚିଟଗୁପ୍ପା ତାଲୁକର ତାଲାମାଡଗି ଗାଁ ନିକଟରେ ଏହି ବଡ଼ ଦୁର୍ଘଟଣା ଘଟିଛି। ମୃତକଙ୍କ ନାମ ସଞ୍ଜୟ କୁମାର ହୋସନମଣି (୪୮), ସେ ବିଦର ତାଲୁକର ବାମ୍ବୁଲଗି ଗାଁର ବାସିନ୍ଦା।

ସୂଚନା ଅନୁସାରେ, ଆଜି ସକାଳେ ରାସ୍ତାରେ ବାଇକରେ ଯାଉଥିବା ବେଳେ ମାଞ୍ଜା ସୂତା ହଠାତ୍ ତାଙ୍କ ବେକରେ ଲାଗି ଯାଇଥିଲା, ଫଳରେ ତାଙ୍କ ଗଳା କାଟି ଯାଇଥିଲା।। ବାଇକରୁ ପଡ଼ିଯିବା ପରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ମାନ୍ନେଖାଲ୍ଲି ସରକାରୀ ହସ୍ପିଟାଲ ପଠାଇ ତଦନ୍ତ ଆରମ୍ଭ କରିଛି।












Click it and Unblock the Notifications