କଟକ ଷ୍ଟେସନରେ ଅଘଟଣ;ଦୁଇ ଅଧିକାରୀଙ୍କୁ ନୋଟିସ୍
କଟକ ରେଳ ଷ୍ଟେସନରେ ୨ ନମ୍ବର ଗେଟ୍ ଭୁଶୁଡ଼ି ପ୍ଲାଟଫର୍ମ ଉପରେ ପଡ଼ିବା ଘଟଣାରେ କଠୋର ପଦକ୍ଷେପ ନେବାକୁ ଯାଉଛି କଟକ ଜିଆର୍ପି ଥାନା।ରେଳବାଇର ସିନିୟର ସେକ୍ସନ ଇଞ୍ଜିନିୟର ଏବଂ ନିର୍ମାଣ ଦାୟିତ୍ଵ ନେଇଥିବା ୟୁଆର୍ସିର ଜେନେରାଲ୍ ମ୍ୟାନେଜରଙ୍କୁ ନୋଟିସ୍ ଜାରି କରାଯାଇଛି। ନୋଟିସ୍ର ସନ୍ତୋଷଜନକ ଉତ୍ତର ନଦେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ|

ସୂଚନାଯୋଗ୍ୟ, ଗତ ବୁଧବାର କଟକ ରେଳ ଷ୍ଟେସନରେ ବଡ଼ଧରଣର ଅଘଟଣ ଘଟିଥିଲା। ଏଥିରେ ଜଣେ ରେଳବାଇ କର୍ମଚାରୀ ଆହତ ହୋଇଛଥିଲେ। ୧ ନମ୍ବର ପ୍ଲାଟଫର୍ମ ନିକଟରେ ୨ ନମ୍ବର ଗେଟ୍ ଭଙ୍ଗାଯାଉଥିବା ବେଳେ ହଠାତ୍ ତାହା ଭୁଶୁଡ଼ି ପଡ଼ିଥିଲା। ପ୍ଲାଟଫର୍ମର ସେଡ୍ ଉପରେ ପଡ଼ିବାରୁ ଲୁହା ଫ୍ରେମ୍ ଉଭୟ ୧ ନମ୍ବର ଓ ୨ ନମ୍ବର ରେଳ ଧାରଣା ଉପରେ ପଡ଼ିଥିଲା। ଆହତ କର୍ମଚାରୀଙ୍କୁ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ଡିଆର୍ଏମ୍ଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଥିରେ ରେଳବାଇର ୭ଟି ବିଭାଗର ଅଧିକାରୀ ସାମିଲ ହୋଇଛନ୍ତି।












Click it and Unblock the Notifications