ଗିରଫ ପରେ କେଉଁ କୋର୍ଟରେ ଅଭିଯୁକ୍ତକୁ ହାଜର କରେ ED

Arvind Kejriwal Arrest: ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ଦିନ ଇଡି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛି । ୨୧ ମାର୍ଚ୍ଚ ୨୦୨୪ ସଂଧ୍ୟାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଦଶମ ସମନ ଏବଂ ସର୍ଚ୍ଚ ୱାରେଣ୍ଟ ସହିତ ଗୁରୁବାର ସନ୍ଧ୍ୟା ୭ଟାରେ କେଜ୍ରିୱାଲଙ୍କ ଘରେ ପହଞ୍ଚିଥିଲା ​​ ।

ଯେଉଁଠୁ ପ୍ରାୟ ୨ ଘଣ୍ଟାର ପଚରାଉଚରା ପରେ ରାତି ୯ ଟା ସମୟରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା । ଯାହାପରେ ଇଡି ଅଧିକାରୀଙ୍କ ଅନୁଯାୟୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି କୋର୍ଟରେ ହାଜର କରାଯିବ। କିନ୍ତୁ ପ୍ରଶ୍ନ ହେଉଛି କେଉଁ କୋର୍ଟରେ ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିମ୍ବା ଅନ୍ୟ କୌଣସି ଅଭିଯୁକ୍ତଙ୍କୁ ହାଜର କରିଥାଏ ।

Arvind Kejriwal Arrest

ସୂଚନା ଅନୁସାରେ, ଇଡି ଟିମ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଅର୍ଥାତ୍ ମାର୍ଚ୍ଚ ୨୨ରେ ସ୍ୱତନ୍ତ୍ର PMLA କୋର୍ଟରେ ହାଜର କରିବ । ସୂଚନା ଅନୁଯାୟୀ, PMLA କୋର୍ଟରେ ଉପସ୍ଥାପନ କରିବା ପରେ ଇଡି ପଚରାଉଚରା ପାଇଁ ହେପାଜତକୁ ନେବା ନେଇ ସୂଚନା ରହିଛି ।

ଇଡି Prevention of Money Laundering Act, 2002 ଅଧୀନରେ କେଜ୍ରିୱାଲଙ୍କୁ ଗିରଫ କରିଛି । ଏହି ଆଇନ୍ ଅଧିନରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ସହଜରେ ଜାମିମ ମିଳିନଥାଏ । ଏହି ଆଇନ ୨୦୦୨ ମସିହାରେ ପାରିତ ହୋଇଥିଲା ଏବଂ ଏହା ୧ ଜୁଲାଇ ୨୦୦୫ରେ କାର୍ଯ୍ୟକାରୀ ହୋଇଥିଲା। ଏହି ଆଇନର ମୂଳ ଉଦ୍ଦେଶ୍ୟ ହେଉଛି ଅର୍ଥ ହେରଫେରକୁ ରୋକିବା।

ସେହିପରି ୨୦୧୨ ମସିହାରେ, PMLA ସଂଶୋଧନ କରାଯାଇ ବ୍ୟାଙ୍କ, ମ୍ୟୁଚୁଆଲ୍ ଫଣ୍ଡ ଏବଂ ବୀମା କମ୍ପାନୀଗୁଡିକ ମଧ୍ୟ ଏହାର ଅଧୀନରେ ଅଣାଯାଇଥିଲା । ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅଭିଯୁକ୍ତକୁ ଗିରଫ କରିବା ପରେ, ଇଡି ଅଭିଯୁକ୍ତଙ୍କୁ PMLA କୋର୍ଟରେ ସ୍ୱତନ୍ତ୍ର PMLA (ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ) ଅନୁଯାୟୀ ଉପସ୍ଥାପନ କରିଥାଏ ।

ଯେଉଁଠି ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯାଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ଇଡି ଦଳ ତାଙ୍କୁ ଆଜି ଅର୍ଥାତ୍ ଶୁକ୍ରବାର ଦିନ କୋର୍ଟରେ ହାଜର କରିବ, ଯେଉଁଠି ଇଡି ଟିମ୍ ପଚରାଉଚରା ପାଇଁ କୋର୍ଟରୁ ହେପାଜତ ମାଗିବେ।

ସୂଚନାଥାଉ ଯେ, ପୂର୍ବରୁ ଇଡି ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୯ ଥର ସମନ ଜାରି କରିଥିଲା, ଗତକାଲି ୧୦ମ ସମନ ଜାରି କରିବା ସହ ଗିରଫ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+