ଏସ୍‌ଆଇଆର୍‌ ଯାଞ୍ଚର ପ୍ରଭାବ: ପଶ୍ଚିମବଙ୍ଗର ସୀମାନ୍ତ ଜିଲ୍ଲାଗୁଡ଼ିକରେ ମୁସ୍‌ଲିମ ବିବାହ ପଞ୍ଜୀକରଣରେ ଅଚାନକ ବୃଦ୍ଧି

ପଶ୍ଚିମବଙ୍ଗର ସୀମାନ୍ତ ଜିଲ୍ଲାଗୁଡ଼ିକରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଚଳିତ ମାସରୁ ଆରମ୍ଭ ହେବାକୁ ଥିବାରୁ ବାସିନ୍ଦାଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ବିଶେଷ କରି ମୁସଲମାନ ସମୁଦାୟରେ ଚିନ୍ତା ବଢ଼ିଛି। ଏସ୍‌ଆଇଆର୍‌ ହେଉଛି ଏକ କଠୋର ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟା, ଯେଉଁଥିରେ ୨୦୦୨ ମତଦାତା ତାଲିକା ଅନୁଯାୟୀ ପରିଚୟ ଓ ବାସସ୍ଥାନର ପ୍ରମାଣ ଦାଖଲ କରିବାକୁ ପଡ଼ିଥାଏ। ଏହା ଫଳରେ ବାଂଲାଦେଶ ଓ ବିହାର ସହ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ୧୯୫୪ ବିଶେଷ ବିବାହ ଆଇନ (ଏସ୍‌ଏମ୍‌ଏ) ଅଧୀନରେ ବିବାହ ପଞ୍ଜୀକରଣ ମାମଲାରେ ନାଟକୀୟ ବୃଦ୍ଧି ଦେଖିବାକୁ ମିଳିଛି।

ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୪ରୁ ଅକ୍ଟୋବର ୨୦୨୫ ମଧ୍ୟରେ ୧,୧୩୦ ମୁସଲମାନ ଦମ୍ପତି ଏସ୍‌ଏମ୍‌ଏ ସାର୍ଟିଫିକେଟ ପାଇଁ ଆବେଦନ କରିଛନ୍ତି, ଯେଉଁଥିରୁ ଅଧିକାଂଶ (୬୦୯ ଆବେଦନ) ଜୁଲାଇରୁ ଅକ୍ଟୋବର ୨୦୨୫ ମଧ୍ୟରେ ଦାଖଲ ହୋଇଛି। ବିହାରରେ ଏସ୍‌ଆଇଆର୍‌ ଆରମ୍ଭ ହେବାପରେ ଏହି ପ୍ରକ୍ରିୟା ତୁରନ୍ତ ପଶ୍ଚିମବଙ୍ଗରେ ଲାଗୁ ହେବା ଆଶଙ୍କା କରି ମୁସ୍‌ଲିମ ବିବାହ ପଂଜୀକରଣରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଥିଲା। ଉତ୍ତର ଦିନାଜପୁର (୧୯୯), ମାଲଦା (୧୯୭), ମୁର୍ଶିଦାବାଦ (୧୮୫) ଓ କୋଚବିହାର (୯୭) ଆଦି ଜିଲ୍ଲାଗୁଡ଼ିକରେ ସର୍ବାଧିକ ଆବେଦନ ହୋଇଛି। ଅନ୍ୟପକ୍ଷରେ କୋଲକାତା (୨୪) ଓ ଝାରଗ୍ରାମ (୧) ପରି ସ୍ଥାନରେ ଆବେଦନ ନଗଣ୍ୟ ରହିଛି। ଏସ୍‌ଏମ୍‌ଏ ସାର୍ଟିଫିକେଟକୁ ଦେଶବ୍ୟାପୀ ଏକ ମାନ୍ୟତାପ୍ରାପ୍ତ ଓ ଦୃଢ଼ ପରିଚୟ ପ୍ରମାଣ ଭାବେ ଦେଖାଯାଉଛି।

eci

ସରକାରୀ ଅଧିକାରୀମାନେ ଏହି ଧାରାକୁ ଏସ୍‌ଆଇଆର୍‌ର କଠୋର ଦସ୍ତାବିଜ ଯାଞ୍ଚ ଆଶଙ୍କା ସହ ଜଡ଼ିତ କରୁଛନ୍ତି। ଜଣେ ଅଧିକାରୀ କହିଛନ୍ତି, ପଂଜୀକରଣରେ ଏଭଳି ବୃଦ୍ଧି ପଛରେ ପରିଚୟ ଯାଞ୍ଚ ପ୍ରତି ଜନସାଧାରଣଙ୍କ ଅଧିକ ସତର୍କତାକୁ ଦର୍ଶାଉଛି।' ଏହି ଧାରାଏସ୍‌ଆଇଆର୍‌ର ବିସ୍ତୃତ ପ୍ରଭାବକୁ ଆଲୋକିତ କରୁଛି, ଯାହା ସୀମାନ୍ତ ଅଞ୍ଚଳରେ ନାଗରିକତା ଯାଞ୍ଚ ପ୍ରକ୍ରିୟା ଆବଶ୍ୟକତା ଉପରେ ଆଲୋକପାତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+