ସିଏମ ଆଦିତ୍ୟନାଥଙ୍କ ପାଇଁ ସ୍ବତନ୍ତ୍ର ମନ୍ଦିର ନିର୍ମାଣ କଲେ ସମର୍ଥକ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାମରେ ସମର୍ଥକ ନିର୍ମାଣ କରିଛନ୍ତି ମନ୍ଦିର । ମନ୍ଦିର ଭିତରେ ପୂଜା ପାଉଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ପ୍ରତିମୂର୍ତ୍ତି ।
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାମରେ ସମର୍ଥକ ନିର୍ମାଣ କରିଛନ୍ତି ମନ୍ଦିର । ମନ୍ଦିର ଭିତରେ ପୂଜା ପାଉଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ପ୍ରତିମୂର୍ତ୍ତି । ଶ୍ରୀରାମଙ୍କ ଶୈଳୀରେ ମୂର୍ତ୍ତିରେ ନିର୍ମାଣ ହୋଇଛି ଯୋଗୀଙ୍କ ପ୍ରତିମୂର୍ତ୍ତି। ହାତରେ ରହିଛି ଧନୁଶର । ୟୁପିର ଭରତକୁଣ୍ଡ ପୁରୱା ଜିଲ୍ଲାରେ ରହିଛି ଏହି ମନ୍ଦିର । ମନ୍ଦିର ନିର୍ମାଣ କରିଥିବା ବ୍ୟକ୍ତିଙ୍କ ନାମ ପ୍ରଭାକର ।

ଅନ୍ୟ ମନ୍ଦିର ଭଳି ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଆଳତୀ ଭୋଗ ମଧ୍ୟ କରାଯାଉଛି । ଅଯୋଧ୍ୟା ନିବାସୀ ପ୍ରଭାକର ମୌର୍ଯ୍ୟ ଯୋଗୀ ଆଦିତ୍ୟନାଥଙ୍କୁ ସମର୍ପଣ କରି ଏହି ମନ୍ଦିର ନିର୍ମାଣ କରିଛନ୍ତି। ପ୍ରଭାବକର କହିଛନ୍ତି ଯେ, ସେ ଯୋଗୀ ଆଦିତ୍ୟନାଙ୍କୁ ଭଗବାନ ମାନନ୍ତି। ସେ ପ୍ରତିଦିନ ଏହି ମନ୍ଦିରରେ ଯୋଗୀଙ୍କ ପ୍ରତିମୂର୍ତ୍ତି ଆଗରେ ମନ୍ତ୍ର ଉଚ୍ଚାରଣ କରନ୍ତି।
ସୂଚନା ଅନୁସାରେ, ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ 8.5 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ପ୍ରଭାକର। ମୂର୍ତ୍ତି ରାଜସ୍ଥାନରୁ ଅର୍ଡର କରିଥିଲେ ଯୋଗୀ ସମର୍ଥକ । ତେବେ ଏହି ମନ୍ଦିରକୁ ନେଇ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଗତ ବର୍ଷ ବିଜେପି କର୍ମୀ ମୟୁର ମୁଣ୍ଡେ ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ଦିର ନିର୍ମାଣ କରିଥିଲେ। ମୋଦି ଦେଶରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି। ପିଏମଙ୍କ ନେତୃତ୍ବରେ ଅନେକ କାର୍ଯ୍ୟ ସଫଳ ହୋଇପାରିଛି ବୋଲି ମୟୁର କରିଥିଲେ ।












Click it and Unblock the Notifications