ଏହି ରାଜ୍ୟରେ ଏମ୍ଡିଏଚ୍, ଏଭରେଷ୍ଟ ମସଲା ଉପରେ ଲାଗିଲା ରୋକ୍
ଏମ୍ଡିଏଚ୍ ଏବଂ ଏଭରେଷ୍ଟ କମ୍ପାନୀ ଦ୍ୱାରା ପ୍ରସ୍ତୁତ କେତେକ ନିର୍ଦ୍ଦିଷ୍ଟ ମସଲାରେ ହାନିକାରକ ସାମଗ୍ରୀ ବ୍ୟବହାର ହେଉଥିବା ଦର୍ଶାଇ ରାଜସ୍ଥାନ ସେଗୁଡ଼ିକୁ ବଜାରରୁ ହଟାଇଦେଇଛି।

ଏନେଇ ରାଜସ୍ଥାନ ସରକାର ଗୁରୁବାର କେନ୍ଦ୍ରକୁ ପତ୍ର ଲେଖି ଅବଗତ କରାଇଥିବା ଜଣାପଡ଼ିଛି। ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏଥିରେ ଦର୍ଶାଯାଇଛି ଯେ, ଯାଞ୍ଚ ବେଳେ ଏମ୍ଡିଏଚ୍ର ଦୁଇଟି ଏବଂ ଏଭରେଷ୍ଟର ଗୋଟିଏ ମସଲା ପାଉଡରରେ ରାସାୟନିକ ପଦାର୍ଥ ଥିବା ଜଣାପଡ଼ିଛି।
ଏହି ମସଲାଗୁଡ଼ିକୁ ବର୍ତ୍ତମାନ ବଜାରରୁ ହଟାଇ ଦିଆଯାଇଛି ବୋଲି ରାଜ୍ୟର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଶୁଭ୍ର ସିଂ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗତ ଏପ୍ରିଲରେ ହଂକଂ ଓ ସିଙ୍ଗାପୁର ଉପରୋକ୍ତ ଦୁଇ ବ୍ରାଣ୍ଡ୍ର ମସଲାରେ କ୍ୟାନ୍ସର ସୃଷ୍ଟିକାରୀ କୀଟନାଶକ ମିଶାଯାଉଥିବା ଦର୍ଶାଇ ଏହାର ବିକ୍ରି ଉପରେ ରୋକ୍ ଲଗାଇଥିଲେ। ଏପରି କି ଆମେରିକା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟ ଦୁଇ ଭାରତୀୟ ମସଲାରେ ମିଶ୍ରିତ ପଦାର୍ଥର ଯାଞ୍ଚ ଚଳାଇଥିଲେ।












Click it and Unblock the Notifications