ଆଗାମୀ ନିର୍ବାଚନରେ ଋଷି ସୁନକଙ୍କୁ ଲାଗିବ ବଡ ଝଟକା ! ଭାଙ୍ଗି ଯାଇପାରେ ସରକାର
ବ୍ରିଟେନରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ନିର୍ବାଚନରେ ବଡ଼ ପରାଜୟର ସମ୍ମୁଖୀନ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ। ଶନିବାର ପ୍ରକାଶ ପାଇଥିବା ତିନି ଓପିନିୟନ ପୋଲର ପୂର୍ବାନୁମାନ ଅନୁଯାୟୀ ଆଗାମୀ ନିର୍ବାଚନରେ ସୁନକଙ୍କ ଦଳ କନ୍ଜର୍ଭେଟିଭ୍ ପାର୍ଟି ଜୁଲାଇ ୪ରେ ହେବାକୁ ଥିବା ନିର୍ବାଚନରେ ବଡ ପରାଜୟର ସାମ୍ନା କରିବ।

ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଥିବା ମତଦାନ ପାଇଁ ନିକଟରେ ଦୁଇ ଦଳ କନ୍ଜର୍ଭେଟିଭ୍ ପାର୍ଟି ଏବଂ ଲେବର ପାର୍ଟି ସେମାନଙ୍କର ଘୋଷଣାପତ୍ର ଜାରି କରିଛନ୍ତି। ତେବେ ମେ' ୨୨ ମାସରେ ସୁନକ ଆଗୁଆ ନିର୍ବାଚନ ଘୋଷଣା କରି ନିଜ ପାର୍ଟିର ଅନେକ ନେତାଙ୍କୁ ଚମକାଇ ଦେଇଥିଲେ।
ବ୍ରିଟେନ ବର୍ତମାନ ୪୦ ବର୍ଷ ମଧ୍ୟରେ ସର୍ବାଧିକ ମୁଦ୍ରାସ୍ଫିତ ଦେଇ ଗତି କରୁଥିଲା ବେଳେ ଆଶା କରାଯାଉଥିଲା ଯେ, ସୁନକ ସ୍ଥିତି ସୁଧାରିବା ପାଇଁ ଆଉ କିଛି ସମୟ ନେଇପାରନ୍ତି।
ସନ୍ଡେ ଟାଇମ୍ସ ଦ୍ୱାରା ପ୍ରକାଶିତ ସର୍ଭେ ରିପୋର୍ଟ ଅନୁଯାୟୀ ଯେ କନ୍ଜର୍ଭେଟିଭ୍ ପାର୍ଟି ୬୫୦ ସଦସ୍ୟ ବିଶିଷ୍ଟ ହାଉସ ଅଫ୍ କମନ୍ସରେ ମାତ୍ର ୭୨ ଟି ସିଟ୍ ସହ ଏହାର ନିର୍ବାଚନୀ ଯାତ୍ରା ଶେଷ କରିପାରେ। ଯାହା ସେମାନଙ୍କର ପ୍ରାୟ ୨୦୦ ବର୍ଷ ଇତିହାସରେ ସର୍ବନିମ୍ନ। ଅପରପକ୍ଷେ ଲେବର ପାର୍ଟି ୪୫୬ ଟି ସିଟ୍ ଜିତିପାରେ। ମେ ୩୧ ରୁ ଜୁନ୍ ୧୩ ପର୍ୟ୍ୟନ୍ତ ଏହି ସର୍ଭେ କରାଯାଇଥିଲା ।












Click it and Unblock the Notifications