ରାଜ୍ୟସଭାରେ ଜେପି ନଡ୍ଡାଙ୍କୁ ବଡ ଦାୟିତ୍ଵ, ଗୃହର ନେତା ଭାବେ ହେଲେ ମନୋନୀତ

ଦେଶର ଉପର ଗୃହ ରାଜ୍ୟସଭାରେ ନେତାଙ୍କ ନାମ ସ୍ପଷ୍ଟ କରିଛି ବିଜେପି। ବିଜେପି ଜେପି ନଡ୍ଡାଙ୍କୁ ରାଜ୍ୟସଭାରେ ଗୃହର ନେତା କରିଛି। ଚଳିତ ବର୍ଷ ଲୋକ ସଭା ନିର୍ବାଚନେି ବିଜୟୀ ହୋଇଥିବା ଏମପିମାନେ ସୋମବାର ୧୮ତମ ଲୋକ ସଭାର ପ୍ରଥମ ସଂସଦ ଅଧିବେଶନରେ ଶପଥ ଗ୍ରହଣ କରିଥିଲେ। ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଏକ ବଡ ଦାୟିତ୍ୱ ଦିଆଯାଇଛି। ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ରାଜ୍ୟସଭାରେ ଗୃହର ନେତା କରାଯାଇଛି।

JP Nadda

ଏଥି ସହିତ, ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନର ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ ମନ୍ତ୍ରୀ ପରିଷଦର ସଦସ୍ୟ ତଥା ଅନ୍ୟାନ୍ୟ ନୂତନ ନିର୍ବାଚିତ ସଦସ୍ୟମାନେ ଗୃହର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟନିର୍ବାହୀ ବାଚସ୍ପତି (ପ୍ରୋଟେମ ସ୍ପିକର) ଭର୍ତ୍ତୃହରୀ ମହତାବ ଗୃହର ପ୍ରକ୍ରିୟା ଆରମ୍ଭ କରି ସଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ।

ନିକଟରେ ଶେଷ ହୋଇଥିବା ଲୋକ ସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦି କ୍ରମାଗତ ତୃତୀୟ ଥର କ୍ଷମତାକୁ ଫେରିଛନ୍ତି। ଜୁନ ୯ ରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମନ୍ତ୍ରୀ ପରିଷଦ ଶପଥ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତୃତୀୟ ଥର ପାଇଁ ବାରାଣାସୀ ଲୋକ ସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ନରେନ୍ଦ୍ର ମୋଦି ଗୃହର ନେତା ହୋଇ ପ୍ରଥମେ ଶପଥ ଗ୍ରହଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+