ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ ୧୧୩ ତମ ଏପିସୋଡରେ ଯୁବପିଢିଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି, କହିଲେ ଏମିତି କିଛି

ଆଜି ଅଗଷ୍ଟ ୨୫ ଅର୍ଥାତ୍‌ ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମନ୍‌ କି ବାତ୍‌' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହା 'ମନ୍‌ କି ବାତ୍‌'ର ୧୧୩ ତମ ଏପିସୋଡ୍‌।

narendra modi

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ୨୮ ଜୁଲାଇରେ 'ମନ୍‌ କି ବାତ୍‌'ର ୧୧୨ ତମ ଏପିସୋଡକୁ ସମ୍ବୋଧିତ କରିଥିଲେ। ତା'ପରେ ପ୍ରଧାନମନ୍ତ୍ରୀ ପ୍ୟାରିସ ଅଲିମ୍ପିକ୍ସ, ଗଣିତ ଅଲିମ୍ପିଆଡ, ଆସାମ ମୋଇଡାମ, ଟାଇଗର ଦିବସ, ଜଙ୍ଗଲ ସଂରକ୍ଷଣ ଏବଂ ସ୍ବାଧୀନତା ଦିବସ ବିଷୟରେ କହିଥିଲେ।

ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି, 'ଚଳିତ ବର୍ଷ ମୁଁ ଲାଲ୍‌କିଲ୍ଲାରୁ ଏକ ଲକ୍ଷ ଯୁବକଙ୍କୁ ରାଜନୈତିକ ପୃଷ୍ଠଭୂମି ବିନା ରାଜନୈତିକ ବ୍ୟବସ୍ଥାରେ ଯୋଡ଼ିବାକୁ ଏକ ଆହ୍ବାନ ଦେଇଛି। ଏହା ଉପରେ ମୋତେ ଜବରଦସ୍ତ ପ୍ରତିକ୍ରିୟା ବି ମିଳିଛି। ଏଥିରୁ ଜଣାପଡୁଛି ଆମ ଦେଶର ଅନେକ ଯୁବକ ରାଜନୀତିରେ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନେ କେବଳ ଉପଯୁକ୍ତ ସୁଯୋଗ ଏବଂ ସଠିକ ମାର୍ଗଦର୍ଶନ ଖୋଜୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, 'ପରାମର୍ଶ ପଠାଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ମୁଁ ଆଶା କରୁଛି ଯେ, ବର୍ତ୍ତମାନ ଆମର ସାମୂହିକ ଉଦ୍ୟମ ସହିତ ରାଜନୈତିକ ପୃଷ୍ଠଭୂମି ନ ଥିବା ଭଳି ଯୁବକମାନେ ମଧ୍ୟ ରାଜନୀତିରେ ଆଗକୁ ବଢ଼ିପାରିବେ, ସେମାନଙ୍କ ଅଭିଜ୍ଞତା ଏବଂ ସେମାନଙ୍କର ଉତ୍ସାହ ହେବ ଦେଶ ପାଇଁ ଉପଯୋଗୀ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+