Get Updates
Get notified of breaking news, exclusive insights, and must-see stories!

ଜାତିସଂଘର ତଦନ୍ତ କମିଶନ ଅଧ୍ୟକ୍ଷ ନିଯୁକ୍ତ ହେଲେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି

ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧରଙ୍କୁ ଅଧିକୃତ ପାଲେଷ୍ଟିନୀୟ ଅଞ୍ଚଳ ଏବଂ ଇସ୍ରାଏଲ୍‌ ପାଇଁ ଜାତିସଂଘର ତଦନ୍ତ କମିଶନ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଜାତିସଂଘ ମାନବାଧିକାର ପରିଷଦ ଅଧ୍ୟକ୍ଷ ଜୁର୍ଗ ଲାଉବେର୍‌ ଜଷ୍ଟିସ୍‌ ମୁରଲୀଧରଙ୍କୁ ଉପରୋକ୍ତ ନିଯୁକ୍ତି ପ୍ରଦାନ କରିଛନ୍ତି। ଫଳରେ ଜଣେ ଭାରତୀୟ ବିଚାରପତି ଜାତିସଂଘ ତଦନ୍ତକାରୀ କମିଟିର ମୁଖ୍ୟ ହୋଇଛନ୍ତି।

ବ୍ରାଜିଲ ବିଶେଷଜ୍ଞ ପାଉଲୋ ସେର୍ଗିଓ ପିନହେରଇରୋଙ୍କ ସ୍ଥାନରେ ମୁରଲୀଧର ୩ ଜଣିଆ କମିଶନ୍‌ର ମୁଖ୍ୟ ଭାବେ ଅବସ୍ଥାପିତ ହେବେ। ୨୦୨୧ ଏପ୍ରିଲରୁ ଅନ୍ତର୍ଜାତୀୟ ମାନବୀୟ ଆଇନ ଏବଂ ମାନବାଧିକାର ଉଲ୍ଲଂଘନ ଅଭିଯୋଗର ତଦନ୍ତ ଦାୟିତ୍ୱ ଉକ୍ତ କମିଶନକୁ ଦିଆଯାଇଛି। ନୂଆ ଅଧ୍ୟକ୍ଷ ତାଙ୍କ ତଦନ୍ତ ରିପୋର୍ଟ ଜାତିସଂଘ ସାଧାରଣ ସଭା ଏବଂ ମାନବାଧିକାର ପରିଷଦକୁ ପ୍ରଦାନ କରିବେ।

Justice S Muralidhar

ମୁରଲୀଧର ୨୦୨୧ରୁ ୨୦୨୩ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିଲେ। ୨୦୦୯ରେ ଦିଲ୍ଲୀ ହାଇକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଅପରାଧମୁକ୍ତ କରିବା ପାଇଁ ଦେଇଥିବା ରାୟରେ ମୁରଲୀଧରଙ୍କ ଭୂମିକା ରହିଥିଲା। ୨୦୨୦ ଫେବୃଆରୀରେ ତାଙ୍କୁ ହଠାତ୍‌ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବିଳମ୍ବିତ ରାତିରେ ବଦଳି କରାଯିବା ଖବରର ଶିରୋନାମା ମଣ୍ଡନ କରିଥିଲା। ଦିଲ୍ଲୀ ଦଙ୍ଗା ବେଳେ ରାଜନେତାମାନଙ୍କ ଘୃଣିତ ଭାଷଣ ସମୟରେ ଦିଲ୍ଲୀ ପୋଲିସର ନିଷ୍କ୍ରିୟତାକୁ ତାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସମାଲୋଚନା କରିବାର କେତେଘଣ୍ଟା ପରେ ତାଙ୍କୁ ବଦଳି କରାଯାଇଥିଲା। ଏହି ଘଟଣା ସେତେବେଳେ ବିତର୍କର ବିଷୟ ପାଲଟିବା ସହ ଆଇନଜୀବୀ ଓ ବିଚାରପତିମାନଙ୍କ ମହଲରେ ବିରୋଧ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+