ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨୦ତମ ମନ୍ କି ବାତ୍ କାର୍ଯ୍ୟକ୍ରମ

ଆଜି ଚଳିତ ମାସର ଶେଷ ରବିବାର । ୧୪୦ କୋଟି ଭାରତୀୟ ଉତ୍କଣ୍ଠାର ସହ ଏହି ଦିନକୁ ଅପେକ୍ଷା କରିଥାନ୍ତି । କାରଣ ପ୍ରତି ମାସ ଶେଷ ରବିବାର ଦିନ ଦେଶବାସୀଙ୍କୁ ମନ କଥା କହିଥାନ୍ତି ପ୍ରଧାନମନ୍ତ୍ରୀ। ତେବେ ଆଜି ୧୨୦ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବରାତ୍ରୀ ଠାରୁ ଆରମ୍ଭ କରି ଗୁଡ଼ି ପର୍ବ ଓ ହିନ୍ଦୁ ନବ ବର୍ଷ ପାଇଁ ରେଡ଼ିଓ ମାଧ୍ୟମରେ ଦେଶବାସୀଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।

ସେ କହିଛନ୍ତି ଯେ,' ଅତ୍ୟନ୍ତ ଶୁଭ ଦିନରେ ମୁଁ ଆପଣମାନଙ୍କୁ ମନର କଥା କହିବାକୁ ସୁଯୋଗ ପାଇଛି। ଆଜି ଚୈତ୍ର ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି। ଆଜିଠାରୁ ଚୈତ୍ର ନବରାତ୍ରି ଆରମ୍ଭ ହେଉଛି। ଆଜିଠାରୁ ଭାରତୀୟ ନବବର୍ଷ ମଧ୍ୟ ଆରମ୍ଭ ହେଉଛି। ଏଥର ବିକ୍ରମ ସମ୍ୱତ ୨୦୮୨ ଆରମ୍ଭ ହେଉଛି।' 'ଆଜି କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଉଗାଦି ପର୍ବ ମହା ଆଡମ୍ବରରେ ପାଳିତ ହେଉଛି।' ଆଜି ମହାରାଷ୍ଟ୍ରରେ ଗୁଡ଼ି ପର୍ବ ପାଳିତ ହେଉଛି। ସେହିପରି ଆଗାମୀ କିଛି ଦିନ ମଧ୍ୟରେ ଆସାମରେ ' ବିହୁ',ବଙ୍ଗଳାରେ 'ପୋଇଲା ବୈଶାଖ', କାଶ୍ମୀରରେ 'ନବରେହ' ଆଦି ପାଳନ କରାଯିବ ।

ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ଏପ୍ରିଲ ୧୩ ରୁ ୧୫ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପର୍ବପର୍ବାଣୀର ମହାନ ଉତ୍ସବ ହେବ। ଏହାକୁ ନେଇ ଉତ୍ସାହର ପରିବେଶ ରହିଛି ଏବଂ ଇଦ୍ ପର୍ବ ମଧ୍ୟ ଆସୁଛି। ଏହାର ଅର୍ଥ ହେଉଛି ଏହି ସମ୍ପୂର୍ଣ୍ଣ ମାସଟି ପର୍ବ ଏବଂ ଉତ୍ସବରେ ପରିପୂର୍ଣ୍ଣ। ମୁଁ ଏହି ପର୍ବଗୁଡ଼ିକ ପାଇଁ ଦେଶବାସୀଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଥିବା କହିଛନ୍ତି।

narendra modi

ସେହିପରି ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଫିଟନେସ୍ ଏବଂ ଫିଟ୍ ରହିବା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି,'ଦିଲ୍ଲୀରେ ଅଭିନବ ଉପାୟରେ ପ୍ରଥମ ଥର ପାଇଁ ଫିଟ୍ ଇଣ୍ଡିଆ କାର୍ନିଭାଲ୍ ଆୟୋଜନ କରାଯାଇଥିଲା। ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୫ ହଜାର ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କର ଲକ୍ଷ୍ୟ ସମାନ ଥିଲା -ଫିଟ୍ ରହିବା ଏବଂ ଫିଟନେସ୍ ବିଷୟରେ ସଚେତନତା ପ୍ରସାର କରିବା।

'ମନ କି ବାତ'ର ୧୨୦ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,'ଯୋଗ ଦିବସ ପାଇଁ ଆଉ ୧୦୦ ଦିନରୁ କମ୍ ସମୟ ବାକି ଅଛି। ଯଦି ଆପଣ ଏପର୍ଯ୍ୟନ୍ତ ଯୋଗକୁ ଆପଣଙ୍କ ଜୀବନରେ ସାମିଲ କରିନାହାଁନ୍ତି, ତେବେ ଏବେ ହିଁ କରନ୍ତୁ,। ପ୍ରଥମ ଆନ୍ତର୍ଜାତୀୟ ଯୋଗ ଦିବସ ୧୦ ବର୍ଷ ପୂର୍ବେ ୨୧ ଜୁନ୍ ୨୦୧୫ରେ ପାଳିତ ହୋଇଥିଲା। ଏବେ ଏହି ଦିନଟି ଯୋଗର ଏକ ମହାନ ଉତ୍ସବର ରୂପ ନେଇଛି। ୨୦୨୫ ଯୋଗ ଦିବସର ବିଷୟବସ୍ତୁ ହେଉଛି 'ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ'। ଆମେ ଯୋଗ ମାଧ୍ୟମରେ ସମଗ୍ର ବିଶ୍ୱକୁ ସୁସ୍ଥ କରିବାକୁ ଚାହୁଁଛୁ।

ସେହିପରି ଗ୍ରୀଷ୍ମ ଋତୁ ବିଷୟରେ ଆଲୋଚନା କରି ସେ କହିଛନ୍ତି ଯେ, ପିଲାମାନଙ୍କ ପାଇଁ ନୂତନ ଜିନିଷ ଶିଖିବାର ଏହା ସର୍ବୋତ୍ତମ ସମୟ। ଆଜିକାଲି ପିଲାମାନଙ୍କ ପାଇଁ ଏପରି ଅନେକ ପ୍ଲାଟଫର୍ମ ଉପଲବ୍ଧ,ଯେଉଁଠାରେ ସେମାନେ ଅନେକ ନୂଆ ଜିନିଷ ଶିଖିପାରିବେ। ଯୁବପିଢ଼ିଙ୍କ ପାଇଁ ସେ 'MY-Bharat' ପ୍ଲାଟଫର୍ମର ଏକ ସ୍ୱତନ୍ତ୍ର କ୍ୟାଲେଣ୍ଡର ବିଷୟରେ ଉଲ୍ଲେଖ କରିଥିଲେ। ଯାହା ଗ୍ରୀଷ୍ମ ଛୁଟି ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି। ସେ କହିଥିଲେ ଯେ ଏହି କ୍ୟାଲେଣ୍ଡରରେ ଅନେକ ଅନନ୍ୟ ପ୍ରୟାସକୁ ସାମିଲ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+