ମହାରାଷ୍ଟ୍ରରେ ଜିବିଏସ୍‌ ଜଣେ ମୃତ, ସ୍ଥିତି ଅନୁଧ୍ୟାନ ପାଇଁ ୭ ଜଣିଆ ବିଶେଷଜ୍ଞ ଦଳ ପଠାଇଲା କେନ୍ଦ୍ର

ମହାରାଷ୍ଟ୍ରର ସୋଲାପୁରଠାରେ ବ୍ୟାପୀଥିବା ବିରଳ ଗୁଲିଆନ୍‌-ବାରେ ସିଣ୍ଡ୍ରମ୍‌ ବା ଜିବିଏସ୍‌ ବ୍ୟାଧିରେ ସୋମବାର ଜଣଙ୍କ ମୃତ୍ୟୁକୁ ପ୍ରଶାସନ ସ୍ବୀକାର କରିଛି। ପୁଣେରେ ଚାକିରି କରିଥିବା ଜଣେ ବ୍ୟକ୍ତି ନିଜ ଘର ସୋଲାପୁରକୁ ଫେରିବା ପରେ ଜିବିଏସ୍‌ରେ ପୀଡ଼ିତ ହୋଇଥିଲା।

Maharashtra

ଜାନୁଆରୀ ୨୬ରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଦ୍ୟାବଧି ମହାରାଷ୍ଟ୍ରରେ ଏହି ରୋଗରେ ୧୦୧ରୁ ଅଧିକ ସଂକ୍ରମିତ ହୋଇଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ। ପୁଣେ ମହାନଗର ଅଞ୍ଚଳରେ ୮୧, ପିମ୍ପ୍ରିରେ ୧୪ ଓ ଅନ୍ୟତ୍ର ୬ଜଣ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୬୮ ପୁରୁଷ ଓ ୩୩ ମହିଳା ଥିବା ପ୍ରକାଶ। ସେମାନଙ୍କ ମଧ୍ୟରୁ ୧୬ଜଣ ଏବେ ଭେଣ୍ଟିଲେଟର ଚିକିତ୍ସାରେ ଅଛନ୍ତି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ଥିତି ଅନୁଧ୍ୟାନ ପାଇଁ ସୋମବାର ୭ଜଣିଆ ବିଶେଷଜ୍ଞ ଦଳକୁ ମହାରାଷ୍ଟ୍ର ପଠାଯାଇଛି। ଦୂଷିତ ପାଣି ମାଧ୍ୟମରେ ଏହି ରୋଗ ବ୍ୟାପୁଥିବା ବିଶେଷଜ୍ଞମାନେ ସନ୍ଦେହ କରିବା ସହ ବିଶୁଦ୍ଧ ଓ ସିଝା ପାଣି ପିଇବାକୁ ଏବଂ ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ହଠାତ୍‌ ଶାରୀରିକ ଦୁର୍ବଳତା ଲକ୍ଷ୍ୟ କରିବା, ଚାଲିବାରେ ଅକ୍ଷମ ହେବା, ହାତ ଓ ପାଦ ଆଦି ଥରିବା, ପକ୍ଷାଘାତ ଓ କ୍ରମାଗତ ଝାଡ଼ାବାନ୍ତି ଆଦି ଏହି ରୋଗର ଲକ୍ଷଣ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର ଏହାର ନିରାକରଣ ପାଇଁ ସ୍ବତନ୍ତ୍ର ବିଧିବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏହି ରୋଗର ବାସ୍ତବ କାରଣ ଅଦ୍ୟାବଧି ଠାବ ହୋଇପାରିନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+