କୁକୁର ନିୟନ୍ତ୍ରଣ ପାଇଁ ୭ ଆଇଏଏସ୍ ଅଫିସର କରିବେ ଯୋଜନା

ଭୋପାଳ: ଦେଶରେ ପ୍ରାୟ ପ୍ରତିଦିନ କୌଣସି ସହର, ନଗର ବା ଅନ୍ୟତ୍ର ବୁଲା କୁକୁରଙ୍କ ଉପଦ୍ରବ ତଥା କାମୁଡ଼ାର ସମାଚାର ମିଳିବାରେ ଲାଗିଛି । ଦିନକୁ ଦିନ ବୁଲା କୁକୁର ଜନିତ ସମସ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ବୁଲା କୁକୁରଙ୍କ ଲାଗି ମଧ୍ୟ ପ୍ରଦେଶ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ବୁଲାକୁକୁରଙ୍କ ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ର଼୍ୟାଙ୍କର ୭ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଶନିବାର ନିଯୁକ୍ତି ଦେଇଛନ୍ତି ।

ଏହି ୭ ଅଧିକାରୀଙ୍କ କମିଟି ରାଜ୍ୟରେ କୁକୁରମାନଙ୍କର ବଢ଼ୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ । ସେହିପରି ଏହି କମିଟି ବୁଲା କୁକୁର ଆତଙ୍କକୁ ରୋକିବା ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତକରି ଜିଲା ସ୍ତରରେ କାର୍ଯ୍ୟକାରୀ କରିବ । ତେବେ ମଧ୍ୟପ୍ରଦେଶର ବିଭିନ୍ନ ହସ୍ପିଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ କୁକୁର କାମୁଡ଼ା ମାମଲା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ରାଜଧାନୀ ଭୋପାଳର ବିଭିନ୍ନ ହସ୍ପିଟାଲରୁ ପ୍ରତ୍ୟେକ ଦିନ ହାରାହାରି ୫୫ଟି କୁକୁର କାମୁଡ଼ା ମାମଲା ସାମ୍‌ନାକୁ ଆସୁଛି ।

Stray Dog Menace

୨୦୨୨ରେ ଭୋପାଳରେ ସମୁଦାୟ ୮,୧୨୨ କୁକୁର କାମୁଡ଼ା ଘଟଣା ଘଟିଥିବା ବେଳେ ୨୦୨୩ରେ ଏହି ସଂଖ୍ୟା ଦୁଇଗୁଣିତ ହୋଇ ୧୬,୩୮୭ରେ ପହଞ୍ଚିଥିଲା । ସେହିପରି ଚଳିତ ବର୍ଷର ପ୍ରଥମ ୫ ମାସରେ ୭,୭୨୮ କୁକୁର କାମୁଡ଼ା ମାମଲା ଭୋପାଳର ବିଭିନ୍ନ ହସ୍ପିଟାଲରୁ ରେକର୍ଡ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+