ରାମଲାଲାଙ୍କ ଫଟୋ ଥିବା ବିଶ୍ୱର ପ୍ରଥମ ଡାକ ଟିକେଟ ଜାରି କଲା ଏହି ଦେଶ
ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ରାମଲଲାଙ୍କୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ଦେଶର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳୁଛି କୋଟି କୋଟି ଶ୍ରଦ୍ଧାଳୁଙ୍କ ଭକ୍ତି । ତେବେ କେବଳ ଭାରତ ନୁହେଁ, ଦେଶ ବାହାରେ ମଧ୍ୟ ରାମଲଲାଙ୍କ ପ୍ରତି ଭକ୍ତିଭାବ ଦେଖାଯାଇଛି । ବର୍ତ୍ତମାନ ଲାଓ ପିଡିଆର୍(ଲାଓ ପିପୁଲ୍ସ ଡେମୋକ୍ରାଟିକ୍ ରିପବ୍ଲିକ) ପକ୍ଷରୁ ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ଫଟୋ ଥିବା ଏକ ଡାକଟିକେଟ ଜାରି କରାଯାଇଛି
ଭାରତ ଓ ଲାଓସ ପକ୍ଷରୁ ପ୍ରଥମଥର ପାଇଁ ରାମଲଲାଙ୍କ ଛବି ଥିବା ଡାକ ଟିକେଟକୁ ଲୋକାର୍ପଣ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବେ ଲାଓସ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଆଯୋଧ୍ୟାରେ ଥିବା ରାମଲଲାଙ୍କ ଫଟୋ ଥିବା କୌଣସି ଡାକ ଟିକେଟ ପ୍ରଥମଥର ପାଇଁ ଲୋକାର୍ପଣ ହୋଇଛି। ଷ୍ଟାମ୍ପ ସେଟ୍ରେ ୨ଟି ଡାକ ଟିକେଟ ରହିଛି। ଗୋଟିଏରେ ଲାଓସର ପୁରୁତାନ ରାଜଧାନୀ ଲୁଅରଙ୍ଗ ପ୍ରବାଙ୍ଗର ଭଗବାନ ବୁଦ୍ଧ ଓ ଆଉ ଗୋଟିଏରେ ଅଯୋଧ୍ୟାର ଭଗବାନ ରାମଙ୍କ ପ୍ରତିଛବି ରହିଛି।

ଦେଶର ରାଜଧାନୀ ଭିଏଣ୍ଟିଆନ୍ରେ ଆୟୋଜିତ ଏକ ସମାରୋହରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଏବଂ ଲାଓ ପିଡିଆର୍ର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ସାଲେମକ୍ସାଇ କୋମାସିଥ ମିଳିତ ଭାବେ ସ୍ବତନ୍ତ୍ର ସ୍ମାରକପତ୍ର ଡାକ ଟିକେଟ ସେଟ୍ର ଅନାବରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରଦୂତ ପ୍ରଶାନ୍ତ ଅଗ୍ରଓ୍ବାଲ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ଭାରତ ଏବଂ ଲାଓ ପିଡିଆର୍ ମଧ୍ୟରେ ବୌଦ୍ଧ ଧର୍ମକୁ ନେଇ ଏକ ମଜଭୂତ ସମ୍ପର୍କ ରହିଆସିଛି। କାରଣ ଲାଓ ପିଡିଆର୍ ହେଉଛି ସେହି ଦେଶ ଯେଉଁଠାରେ ବୌଦ୍ଧ ଧର୍ମର ଉତ୍ପତ୍ତି ହୋଇଥିଲା। ଏଠାରେ ଧର୍ମ ସହ ଜଡ଼ିତ ଅନେକ ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି, ଯାହା ଦକ୍ଷିଣ ପୂର୍ବ ଏସିଆରେ ଅନୁସରଣ କରାଯାଇଥାଏ।












Click it and Unblock the Notifications