କୋଲକାତା ହରର୍‌: ପଦାକୁ ଆସିବ ସବୁ ସତ , ଅଭିଯୁକ୍ତ ସଞ୍ଜୟ ରୟର ହେବ ହେବ ପଲିଗ୍ରାଫ ଟେଷ୍ଟ

କୋଲକାତା : କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ସାରା ଦେଶରେ ଏହି ଘଟଣକୁ ନେଇ ନିଆଁ ଜଳୁଛି। ଏହାକୁ ନେଇ ଚାରିଆଡେ ବିରୋଧ ଜାରି ରହିଛି। ଏହାରି ଭିତରେ ସାମ୍ନାକୁ ଆସିଛି ପୀଡିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ। ହତ୍ୟା ପୂର୍ବରୁ ଡାକ୍ତରୀ ଛାତ୍ରୀଙ୍କୁ କିଭଳି ନରରାକ୍ଷାସ ଅତ୍ୟାଚାର କରିଥିଲା ତାହା ଏଥିରେ ଖୁଲାସା ହୋଇଛି।

ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ପୀଡିତାଙ୍କ ଦେହରେ ୧୪ରୁ ଅଧିକ ଆଘାତ ଚିହ୍ନ ରହିଛି । ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ କିପରି ନିର୍ମମ ଭାବେ ହତ୍ୟା କରାଯାଇଛି ତାହା ରିପୋର୍ଟରେ ଦର୍ଶାଯାଇଛି। ଆଉ ବର୍ତ୍ତମାନ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର ହେବ ମିଛ ଧରା ପରୀକ୍ଷା। ଘଟଣାର ତଦନ୍ତ କରୁଥିବା ସିବିଆଇକୁ ମିଛ ଧରା ପରୀକ୍ଷା କରିବା ପାଇଁ ଆଜି କୋଲକାତାର ଗୋଟିଏ କୋର୍ଟ ଅନୁମତି ଦେଇଛନ୍ତି।

In Kolkata Doctor Rape-Murder Case

ଘଟଣା ସମ୍ପର୍କରେ ସଞ୍ଜୟ ଠାରୁ ବିସ୍ତୃତ ତଥ୍ୟ ହାସଲ କରିବା ପାଇଁ ସିବିଆଇ ତା'ର ମିଛ ଧରା ପରୀକ୍ଷା କରିବାକୁ ଚାହୁଁଛି। ଏନେଇ ସଂସ୍ଥା ପକ୍ଷରୁ ଆଜି କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ମଧ୍ୟ ଏଥିପାଇଁ ଅନୁମତି ଦେଇଛନ୍ତି। ଏହି ସମୟରେ ଘଟଣାର ଯାଞ୍ଚ୍ କରୁଥିବା ସିବିଆଇ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଲାଏ ଡିଟେକ୍ଟର ଟେଷ୍ଟ କରିବ ବୋଲି ଜଣାପଡିଛି ।

ଏହି ଟେଷ୍ଟକୁ ପଲିଗ୍ରାଫ ଟେଷ୍ଟ ମଧ୍ୟ କୁହାଯାଏ।ପଲିଗ୍ରାଫ ପରୀକ୍ଷା କେବଳ କୋର୍ଟ ଏବଂ ଅଭିଯୁକ୍ତଙ୍କ ସହମତିରେ କରାଯାଇଥାଏ।ସିବିଆଇ ଯଥାଶୀଘ୍ର ଏହି ପରୀକ୍ଷା କରିପାରିବ। ସୂଚନାନୁସାରେ, ଆସନ୍ତାକାଲି ମଧ୍ୟ ପରୀକ୍ଷା କରାଯାଇପାରେ। ସିବିଆଇ ଚାହୁଁଛି ସଞ୍ଜୟ ଏହି ଘଟଣାର ସତ୍ୟତା ପ୍ରକାଶ କରନ୍ତୁ। ସେଥିପାଇଁ ଏହି ପରୀକ୍ଷା କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+