'ବିଶ୍ବ ଭାରତ ଉପରେ ନିର୍ଭର କରୁଛି'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି । ଜାପାନର ଟୋକିଓରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଜାପାନ ଗସ୍ତର ପ୍ରଥମ ଦିନରେ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହିତ ଭାରତ-ଜାପାନ ଅର୍ଥନୈତିକ ଫୋରମରେ ଅଂଶଗ୍ରହଣ କରିଥିଲେ । ଭାରତ-ଜାପାନ ମିଳିତ ଅର୍ଥନୈତିକ ଫୋରମକୁ ସମ୍ବୋଧନ କରିବା ସମୟରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତର ଆର୍ଥିକ ଅଭିବୃଦ୍ଧି ଉପରେ ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ପୁଞ୍ଜି କେବଳ ବୃଦ୍ଧି ହୁଏ ନାହିଁ, ବରଂ ଏହା ବହୁଗୁଣିତ ହୁଏ, ରାଜନୈତିକ ସ୍ଥିରତା ଏବଂ ସ୍ୱଚ୍ଛତା ଯୋଗୁଁ ଦେଶ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଆଡକୁ ଗତି କରୁଛି ।
'ଖୁବଶୀଘ୍ର ଭାରଚ ତୃତୀୟ ବୃହତ ଅର୍ଥନୀତି ହେବ'
ପ୍ରଧାନମନ୍ତ୍ରୀ ମୋଦି ଭାରତ-ଜାପାନ ମିଳିତ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରି କହିଛନ୍ତି, " ଭାରତରେ ପୁଞ୍ଜି କେବଳ ବୃଦ୍ଧି ହିଏ ନାହିଁ, ବରଂ ବହୁଗୁଣିତ ହୁଏ। ଗତ 11 ବର୍ଷ ମଧ୍ୟରେ ଭାରତରେ ହୋଇଥିବା ବିକାଶ ଏବଂ ପରିବର୍ତ୍ତନ ବିଷୟରେ ଆପଣ ସମସ୍ତେ ଅବଗତ ଥିବେ । ଭାରତରେ ରାଜନୈତିକ ସ୍ଥିରତା ଓ ସ୍ୱଚ୍ଛତା ରହିଛି । ଏହା ବିଶ୍ୱର ସବୁଠାରୁ ଦ୍ରୁତତମ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥନୀତି । ଖୁବଶୀଘ୍ର ଆମେ ତୃତୀୟ ବୃହତ ଅର୍ଥନୀତି ହେବୁ। ଆମେ ବିଶ୍ୱ GDP ରେ 18% ଯୋଗଦାନ ଦେଉଛୁ ଏବଂ ଆମର ବଜାରଗୁଡ଼ିକରେ ନିବେଶ କଲେ ଭଲ ରିଟର୍ଣ୍ଣ ରହିଛି । ସଂସ୍କାର, ପରିବର୍ତ୍ତନ ଏବଂ କାର୍ଯ୍ୟଦକ୍ଷତାର ଆମର ଦୃଷ୍ଟିକୋଣ ଏହି ସମସ୍ତ ପ୍ରଗତିକୁ ଆଗେଇ ନେଉଛି ।"
'ଜାପାନର ଉତ୍କୃଷ୍ଟତା ଏବଂ ଭାରତର ସ୍କେଲ ଏକ ଉତ୍ତମ ସହଭାଗୀତା ସୃଷ୍ଟି କରିପାରିବ'
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, " ଗତ ଦଶନ୍ଧିରେ ଭାରତ ପରବର୍ତ୍ତୀ ପିଢ଼ିର ଗତିଶୀଳତା ଏବଂ ଲଜିଷ୍ଟିକ୍ସ ଭିତ୍ତିଭୂମିରେ ଅଭୂତପୂର୍ବ ପ୍ରଗତି କରିଛି। ଆମ ଦେଶର ବନ୍ଦର କ୍ଷମତା ଦ୍ୱିଗୁଣିତ ହୋଇଛି। ଜାପାନର ସହଯୋଗରେ ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ ପ୍ରକଳ୍ପ ଉପରେ କାମ ଜାରି ରହିଛି । କିନ୍ତୁ ଆମର ଯାତ୍ରା ଏଠାରେ ଅଟକି ନାହିଁ । ଜାପାନର ଉତ୍କୃଷ୍ଟତା ଏବଂ ଭାରତର ସ୍କେଲ ଏକ ଉତ୍ତମ ସହଭାଗୀତା ସୃଷ୍ଟି କରିପାରିବ ।"
' ଟେକ୍ନୋଲୋଜି ବିପ୍ଳବର ନେତୃତ୍ବ ଆମେ ଏକାଠି ନେଇପାରିବା'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ପ୍ରଯୁକ୍ତିବିଦ୍ୟା ଏବଂ ଭାରତର ପ୍ରତିଭା ମଧ୍ୟରେ ସହଯୋଗ ପାଇଁ ଆହ୍ୱାନ କରିଥିଲେ । ଏହି ଶତାବ୍ଦୀର ଟେକ୍ନୋଲୋଜି ବିପ୍ଳବର ନେତୃତ୍ବ ଆମେ ଏକାଠି କରିପାରିବା ବୋଲି ମୋଦି ସମ୍ବୋଧନରେ କହିଥିଲେ । "ଭାରତ ଦ୍ରୁତ ଗତିରେ ସ୍ୱଚ୍ଛ ଶକ୍ତି ଆଡକୁ ଗତି କରୁଛି ଏବଂ 2047 ସୁଦ୍ଧା, ଆମେ 100 GW ପରମାଣୁ ଶକ୍ତିର ଲକ୍ଷ୍ୟ ରଖିଛୁ। ଭାରତ ଏବଂ ଜାପାନ ଏକ ଜଏଣ୍ଟ କ୍ରେଡିଟ୍ ମେକାନିଜିମ ଉପରେ ସହମତ ହୋଇଛନ୍ତି, ଏବଂ ଏହାକୁ ଉପଯୋଗ କରି ଆମେ ଏକ ସ୍ୱଚ୍ଛ ଏବଂ ସବୁଜ ଭବିଷ୍ୟତ ପାଇଁ ସହଯୋଗ କରିପାରିବା। "

'ଜାପାନର ଉତ୍କର୍ଷତା ଏବଂ ଭାରତର ସ୍କେଲ ଏକ ଉତ୍ତମ ସହଭାଗୀତା ସୃଷ୍ଟି କରିପାରିବ'
ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଜାପାନର ଉତ୍କର୍ଷତା ଏବଂ ଭାରତର ସ୍କେଲ ଏକ ଉତ୍ତମ ସହଭାଗୀତା ସୃଷ୍ଟି କରିପାରିବ। ସେ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ଭାଗୀଦାର କାର୍ଯ୍ୟଶକ୍ତି ଭାଗୀଦାର ଆଡ଼କୁ ନେଇଯିବ। ମୋଦି କହିଛନ୍ତି, "ଭାରତ ଏବଂ ଜାପାନର ସହଭାଗୀତା ଅର୍ଥନୈତିକ ଦୃଷ୍ଟି ଦ୍ୱାରା ରଣନୈତିକ ଏବଂ ସ୍ମାର୍ଟ ଶକ୍ତି। ଆମେ ସହଭାଗୀ ସ୍ୱାର୍ଥକୁ ସହଭାଗୀ ସମୃଦ୍ଧିରେ ପରିଣତ କରିଛୁ। ଭାରତ ଜାପାନୀ ବ୍ଯବସାୟୀଙ୍କ ପାଇଁ ବିଶ୍ୱ ଦକ୍ଷିଣରେ ଏକ ସ୍ପ୍ରିଙ୍ଗବୋର୍ଡ ରହିଛି। ଆମେ ସମସ୍ତେ ମିଳିତ ଭାବରେ ଏସୀୟ ଶତାବ୍ଦୀକୁ ସ୍ଥିରତା, ଅଭିବୃଦ୍ଧି ଏବଂ ସମୃଦ୍ଧି ପାଇଁ ରୂପ ଦେବୁ ।"
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ନୂଆ ଏବଂ ସରଳୀକୃତ ଆୟକର ଅନୁପାଳନ ଲାଗୁ କରିଛି । ମୋଦି କହିଛନ୍ତି, "ଆମର ସଂସ୍କାରଗୁଡ଼ିକ କେବଳ ଟିକସ ବ୍ୟବସ୍ଥା ପର୍ଯ୍ୟନ୍ତ ସୀମିତ ନୁହେଁ, ଆମେ ସହଜ ବ୍ୟବସାୟ କରିବା ଉପରେ ଧ୍ୟାନ ଦେଇଛୁ ଏବଂ ଏକ ଡିଜିଟାଲ ଅନୁମୋଦନ ୱିଣ୍ଡୋ କରିଛୁ। ଆମେ 45,000 ଅନୁପାଳନକୁ ଯୁକ୍ତିଯୁକ୍ତ କରିଛୁ ଏବଂ ନିୟନ୍ତ୍ରଣମୁକ୍ତି ପାଇଁ ଏକ କମିଟି ଗଠନ କରିଛୁ। ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରଗୁଡ଼ିକୁ ଘରୋଇ କମ୍ପାନୀଙ୍କ ପାଇଁ ଖୋଲାଯାଇଛି, ଆମେ ଆମର ପରମାଣୁ କ୍ଷେତ୍ରକୁ ମଧ୍ୟ ଖୋଲି ଦେଉଛୁ, ବିଶ୍ୱ କେବଳ ଭାରତକୁ ଦେଖୁନାହିଁ ବରଂ ଭାରତ ଉପରେ ନିର୍ଭର କରୁଛନ୍ତି । "












Click it and Unblock the Notifications