ଦିଲ୍ଲୀ ଲାଲକିଲ୍ଲାରେ ୟୁସିସି ଆଣିବା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ, କହିଲେ...
ନୂଆଦିଲ୍ଲୀ: ଦିଲ୍ଲୀରୁ ପଲ୍ଲୀ । ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ । ସବୁଠି ସ୍ୱତନ୍ତ୍ରତାର ଏହି ଦିନକୁ ନେଇ ଉତ୍ସାହର ମାହୋଲ। ଆଜି ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତାର ୧୧ ଥର ପାଇଁ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ।
ଦେଶକୁ ସମ୍ଭୋଦିତ କରିବା ସମୟରେ ୟୁନିଫର୍ମ ସିଭିଲ କୋଡ୍(ୟୁସିସି) ଉପରେ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ୟୁସିସି ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି କମ୍ୟୁନାଲ୍ ନୁହେଁ ଦେଶ ଏକ ସେକୁଲାର ସିଭିଲ କୋଡ୍ ଆବଶ୍ୟକ କରେ। ରାଷ୍ଟ୍ରକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେ ବ୍ୟବହାର କରୁଥିବା ସିଭିଲ୍ କୋଡ୍ ହେଉଛି ସାମ୍ପ୍ରଦାୟିକ ସିଭିଲ୍ କୋଡ୍। ମୁଁ କହିବି ଯେ ଦେଶରେ ଏକ ଧର୍ମନିରପେକ୍ଷ ନାଗରିକ ସଂହିତା ରହିବା ବର୍ତ୍ତମାନ ସମୟର ଆବଶ୍ୟକତା।

କେବଳ ସେତେବେଳେ ଆମେ ଧର୍ମ ଆଧାରରେ ଭେଦଭାବରୁ ମୁକ୍ତ ହୋଇ ପାରିବା। ୟୁସିସି ଲାଗୁ କରିବା ବିଷୟରେ ବିଜେପି ପକ୍ଷରୁ ନିରନ୍ତର ଆଲୋଚନା ଜାରି ରହିଛି। ସୂଚନାଯୋଗ୍ୟ, ମାର୍ଚ୍ଚ ମାସରେ ବିଜେପି ଶାସିତ ଉତ୍ତରାଖଣ୍ଡରେ ୟୁସିସି ଲାଗୁ କରାଯାଇଥିଲା। ଏହିପରି ଭାବରେ ଏହା ଦେଶର ପ୍ରଥମ ରାଜ୍ୟ ହୋଇଥିଲା ଯେଉଁଠାରେ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରାଯାଇଥିଲା।












Click it and Unblock the Notifications