୬ ବର୍ଷ ପରେ ବସିଲା ବିଧାନସଭା, କିନ୍ତୁ ଆର୍ଟିକଲ ୩୭୦ ହଟାଇବା ପ୍ରସ୍ତାବକୁ ନେଇ ହଙ୍ଗାମା

ଶ୍ରୀନଗର : ଜମ୍ମୁ-କାଶ୍ମୀର ବିଧାନସଭାରେ ସୋମବାର ପିଡିପି ବିଧାୟକ ୱହିଦ ପାରାଙ୍କ ପ୍ରସ୍ତାବକୁ ନେଇ ହଟ୍ଟଗୋଳ ହୋଇଛି। ପାରା ପୂର୍ବବର୍ତ୍ତି ଜମ୍ମୁ-କାଶ୍ମୀର ରାଜ୍ୟକୁ ବିଶେଷ ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦ ହଟାଯିବାକୁ ବିରୋଧ କରି ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ ଓ ଏହା ସହିତ ଜମ୍ମୁ-କାଶ୍ମୀର ଲାଗି ସ୍ୱତନ୍ତ୍ର ମାନ୍ୟତା ଦାବି କରିଥିଲେ। ତେବେ ବିଜେପି ବିଧାୟକମାନେ ପ୍ରସ୍ତାବକୁ ନେଇ କଡ଼ା ଆପତ୍ତି କରିଥିଲେ। ଫଳରେ ଗୃହରେ ହଟ୍ଟଗୋଳ ହୋଇଥିଲା ,ଦୀର୍ଘ ୬ ବର୍ଷ ପରେ ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି। ନିକଟରେ ନିର୍ବାଚନ ଓ ସରକାର ଗଠନ ପ୍ରକ୍ରିୟା ଶେଷ ହେବା ପରେ ଆଜି ବିଧାନସଭା ଅଧିବେଶନ ବସିଛି। ହେଲେ ୬ ବର୍ଷ ପରେ ବସିଥିବା ବିଧାନସଭାର ପ୍ରଥମ ଦିନରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ନିୟମ ଅନୁସାରେ, ପ୍ରଥମ ଦିନ ଗୃହରେ ବାଚସ୍ପତି ନିର୍ବାଚନ ହୋଇଥିଲା।

ଏନସିର ବରିଷ୍ଠ ନେତା ତଥା ୭ଥରର ବିଧାୟକ ରହିମ ରାଥେର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ପ୍ରୋ ଟମ ବାଚସ୍ପତି ମୁବାରକ ଗୁଲ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ଏହାପରେ ଗୃହରେ ପ୍ରବଳ ହଙ୍ଗାମା ହୋଇଛି। ଜମ୍ମୁ-କଶ୍ମୀରରୁ ୨୦୧୯ ଅଗଷ୍ଟ ୫ରେ ଉଚ୍ଛେଦ ହୋଇଥିବା ଧାରା ୩୭୦କୁ ନେଇ ଗୃହରେ ପିଡିପି ଓ ବିଜେପି ବିଧାୟକ ମୁହାଁମୁହିଁ ହୋଇଛନ୍ତି।ନିର୍ଦ୍ଦଳୀୟ ବିଧାୟାକ ଶବିର କୁଲ ଓ ଶେଖ ଖୁର୍ସିଦ ଅହମ୍ମଦ ବାଚସ୍ପତିଙ୍କ ଆସନ ନିକଟରେ ପହଁଞ୍ଚିଥିଲେ।

Day 1 of J amp amp K Assembly

କେବଳ ସେତିକି ନୁହେଁ, ନ୍ୟସନାଲ କନଫ୍ରେନ୍ସର କିଛି ବିଧାୟକ ନିଜ ଆସନରୁ ଉଠି ପରା ବାଚସ୍ପତିଙ୍କ ଆସନ ଆଡକୁ ବଢିଥିଲେ,। ତାଙ୍କୁ ଓ୍ବାଚ୍ ଆଣ୍ଡ ଓ୍ବାର୍ଡ ଷ୍ଟାଫ୍ ଯେ କୌଣସି ମତେ ରୋକିଥିଲେ। ସ୍ପିକର ସମସ୍ତଙ୍କୁ ଶାନ୍ତ କରିବାକୁ ଅପିଲ କରିଥିଲେ। ମୁଖ୍ୟମନ୍ତ୍ରୀ ଉମର ଅବଦୁଲାଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+