ନିର୍ବାଚନ ଆୟୋଗଙ୍କୁ ଜାଣିଶୁଣି ସବୁଥିରେ ଫସାଯାଉଛି:ରାଜୀବ କୁମାର
ମୁଖ୍ୟ ନିର୍ବାଚନ କମିସନର(ସିଇସି) ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ୧୮ ତାରିଖରେ ଶେଷ ହେଉଥିବା ବେଳେ ଆଜି ଜ୍ଞାନେଶ କୁମାରଙ୍କୁ ୨୬ତମ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦିଆଯାଇଛି। କେରଳ କ୍ୟାଡର୍ର ଏହି ପୂର୍ବତନ ଆଇଏଏସ୍ ଅଫିସରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଗଠିତ ଏକ ପ୍ୟାନେଲ ନିଯୁକ୍ତ କରିଛି ।
ତେବେ ଏହା ପୂର୍ବରୁ ଏହି ପଦରେ କାର୍ଯ୍ୟରତ ଥିବା ରାଜୀବ କୁମାର ସୋମବାର ବିଦାୟୀ ବାର୍ତ୍ତା ଦେଇଥିଲେ । ସେ କହିଥିଲେ ଯେ ନିର୍ବାଚନ ଆୟୋଗଙ୍କୁ ଜାଣିଶୁଣି ସବୁଥିରେ ଫସାଯାଉଛି । ଯଦି କୌଣସି ରାଜନୈତିକ ଦଳ ନିର୍ବାଚନରେ ପରାଜିତ ହୁଏ, ତେବେ ନିର୍ବାଚନ ଆୟୋଗଙ୍କୁ ଦୋଷ ଦେବା ଅଭ୍ୟାସ ବନ୍ଦ ହେବା ଦରକାର ।

ରାଜୀବ କୁମାର କହିଛନ୍ତି, 'ଏକ ସଂସ୍ଥା ଭାବେ ଆୟୋଗକୁ ଅନେକ ଥର ଅନୁଚିତ ରୂପେ ସେହି ଲୋକଙ୍କ ଦ୍ୱାରା ଦାୟୀ କରାଯାଉଛି, ଯେଉଁମାନେ ନିର୍ବାଚନ ପରିଣାମକୁ ଗ୍ରହଣ କରିବାକୁ ଚାହାନ୍ତି ନାହିଁ । ନିର୍ବାଚନ ଲଢିବା ପରେ ନିର୍ବାଚନ ଅଧିକାରୀଙ୍କୁ ଟାର୍ଗେଟ୍ କରିବା ମନୋବୃତ୍ତି ବୃଦ୍ଧି ପାଇବା ମଧ୍ୟ ଏକ ଚିନ୍ତାର ବିଷୟ । ଏହାକୁ ନିଜ ସୁବିଧା ଅନୁସାରେ 'ବଲି କା ବକରା' କରାଯାଉଛି ।'












Click it and Unblock the Notifications