ସାଢ଼େ ୮ ବର୍ଷର ସରକାରରେ ପ୍ରଧାନମନ୍ତ୍ରୀ ସବକା ସାଥ ସବକା ବିକାଶ ଉପରେ କାମ କରିଛନ୍ତି : ଧର୍ମେନ୍ଦ୍ର ପ୍ରଧାନ
ସାଢ଼େ ୮ ବର୍ଷର ସରକାରରେ ପ୍ରଧାନମନ୍ତ୍ରୀ ସବକା ସାଥ ସବକା ବିକାଶ ଉପରେ କାମ କରିଛନ୍ତି : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେସମିଟ ଜରିଆରେ ଅର୍ଥିନୀତି ଏବଂ ସାମାଜିକ ବ୍ୟବସ୍ଥା ନେଇ ପ୍ରସ୍ତାବ ପାରିତ ହୋଇଛି ବୋଲି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସାଢ଼େ ୮ ବର୍ଷର ସରକାର ରେ ପ୍ରଧାନମନ୍ତ୍ରୀ ସବକା ସାଥ ସବକା ବିକାଶ ଉପରେ କାମ କରିଛନ୍ତି । ବିଶ୍ୱର କଠିନ ପରିସ୍ଥିତି ରେ ବି ପ୍ରଧାନମନ୍ତ୍ରୀ ଦୂରଦର୍ଶୀ ଚିନ୍ତା ଏବଂ ଯୋଜନା ପାଇଁ ଦେଶରେ ବିକାଶ ହୋଇଛି। ସ୍ୱଦେଶୀ ଟୀକାରେ ଆଜି ୨୧୯ କୋଟି ଡୋଜ ଲାଗି ସରିଛି। ଅନେକ ଦେଶକୁ ଆମର ଚାହିଦା ପୂରଣ କରି ଅନ୍ୟ ଦେଶକୁ ଟୀକା ଦେଇଚୁ। ଆମକୁ ଦାଇତ୍ୱ ମିଳିଥିବା ବେଳେ ଆମେ ବିଶ୍ୱର ୧୦ ତମ ଆର୍ଥିକ ବିକାଶ ଦେଶରେ ଥିଲୁ । ବର୍ତ୍ତମାନ ଆମେ ୟୁକେକୁ ପଛରେ ପକାଇ ୫ମ ଆର୍ଥିକ ବିକାଶ ଦେଶରେ ପରିଣତ ହୋଇଛୁ ।

ଚଳିତ ଆର୍ଥିକ ବର୍ଷରେ ଦେଶରେ ଜିଏସଟି ସଂଗ୍ରହ ୨୨ ପ୍ରତିଶତ ବୃଦ୍ଧି ପାଇଛି। ସେହି ବର୍ଦ୍ଧିତ ଅର୍ଥ ଆଜି ଜିଲ୍ଲା ସ୍ତରର ସ୍ୱାସ୍ଥ୍ୟ ବିକାଶ ହୋଇଛି । ମଧ୍ୟ ବର୍ଗୀ ଲୋକଙ୍କ ଘର ତିଆରି କରିବା ପାଇଁ ଲୋନ ବ୍ୟବସ୍ଥା ହୋଇଛି । କିଷାନ ଭାଇ ର ସାମଗ୍ରୀ କୁ ଉଚିତ ମୂଲ୍ୟ ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ଭାରତ ମାଳା , ସାଗର ମାଳା, ବ୍ରଡ ବ୍ୟାଣ୍ଡ ସେବା, ଉଡାନ ଯୋଜନା ଆଦିରେ ଲୋକେ ଅଧିକ ସୁବିଧା ପାଇଛନ୍ତି।
ଯୁବ ପିଢ଼ି ମାନଙ୍କ ରୋଜଗାର ନେଇ ସମସ୍ତେ ଚିନ୍ତାରେ ଥିଲେ । ଆଜି ଦେଶରେ ଯୁବକ ଚାକିରୀ ପଛରେ ନ ଦୌଡ଼ି ଚାକିରୀ ଦେଉଛନ୍ତି ଷ୍ଟାର୍ଟଅଫ୍ ଆଜି ଲୋକଙ୍କ ମନରେ ଆଶା ଆଣିଛି । ଦେଶର ଏକ୍ସପୋର୍ଟ ବୃଦ୍ଧି କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଗତି ଶକ୍ତି ଯୋଜନା ବାସ୍ତବରେ ଫଳପ୍ରଦ ହୋଇଛି। ଏକଲବ୍ୟ ମଡେଲ ବିଦ୍ୟାଳୟ ଆଦିବାସୀ ପିଲାଙ୍କ ଭବିଷ୍ୟତ ପାଇଁ କାମ କରୁଛି। ଆର୍ଥିକ ଦୁର୍ବଳ ଶ୍ରେଣୀ ମାନଙ୍କ ପାଇଁ ସରଣକ୍ଷ ବ୍ୟବସ୍ଥା କରାଯାଇଛି।
ରାମ ମନ୍ଦିର ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ବୟାନ ନେଇ ଧର୍ମନ୍ଦ୍ର ଟାର୍ଗେଟ କରି କହିଛନ୍ତି ରାମ ମନ୍ଦିର ହେଉଛି ଲୋକାର୍ପଣ ପାଇଁ ତିଥି ମଧ୍ୟ ପ୍ରସ୍ତୁତ ହୋଇଛି। ମହାକାଳ ହେଉ କିମ୍ବା କାଶୀ କରିଡର ସବୁଠି କାର୍ଯ୍ୟ ହୋଇଛି। ଦିଲ୍ଲୀରେ ରାଜପଥକୁ ଆଜି କର୍ତ୍ତବ୍ୟ ପଥ କରାଯାଇଛି।ବ୍ରିଟିଶ ରାଜ୍ ସମୟରେ ଏହା ରାଜପଥ ହୋଇଥିଲା। ଏହାର ନାମ ପରିବର୍ତ୍ତନ କରାଯାଇଛି। କୋଇନ ଆପ କୁ ସବୁଠି ପ୍ରଶଂସା ହୋଇଛି। ଏହି ବ୍ୟବସ୍ଥା ଆମର ଟୀକାକରଣ ପାଇଁ ସୁଗମ ହୋଇଥିଲା।ଡିଜିଟାଲ ଟ୍ରାଞ୍ଜାକ୍ସନ ରେ ଆମେ ରେକର୍ଡ କରିଛୁ। ପ୍ରଧାନମନ୍ତ୍ରୀ ସବୁବେଳେ ଡିଜିଟାଲକୁ ପ୍ରାଥମିକତା ଦେଇଛନ୍ତି ।












Click it and Unblock the Notifications