ବନ୍ଧୁକ ମୁନରେ ଏସବିଆଇରୁ ଲୁଟିନେଲେ ୨୦ କୋଟି
କର୍ଣ୍ଣାଟକର ବିଜୟପୁରାରେ ଦେଶୀ ପିସ୍ତଲ ଏବଂ ଛୁରୀ ଧରି ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ ବ୍ୟାଙ୍କ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ସେମାନେ କର୍ମଚାରୀମାନଙ୍କୁ ବାନ୍ଧି 20 କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଏବଂ ସୁନା ଅଳଙ୍କାର ନେଇ ପଳାଇଛନ୍ତି ବୋଲି ପୋଲିସ ବୁଧବାର ଦିନ କହିଛି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ 6.30 ସମୟରେ ବିଜୟପୁରା ଜିଲ୍ଲାର ଚଡଚନ ସହରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଏହି ଘଟଣା ଘଟିଥିଲା। ବ୍ୟାଙ୍କ ଅଧିକାରୀଙ୍କ ଆକଳନ ଅନୁଯାୟୀ, ଡକାୟତମାନେ ମୋଟ 21 କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଏବଂ ସୁନା ଅଳଙ୍କାର ନେଇଯାଇଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ୩ ଜଣ ବ୍ୟକ୍ତି ବ୍ୟାଙ୍କକୁ ଆସିଥିଲେ। ସେମାନେ ଏକ କରେଣ୍ଟ ଆକାଉଣ୍ଟ ଖୋଲିବା ନେଇ ମ୍ୟାନେଜରଙ୍କୁ କହିଥିଲେ। କିଛି ସମୟ ପରେ ବନ୍ଧୁକ ଏବଂ ଛୁରି ବାହାର କରି ମ୍ୟାନେଜର, କ୍ୟାଶିୟର ଏବଂ ଅନ୍ୟ କର୍ମଚାରୀଙ୍କୁ ଡରାଇଥିଲେ। ସନ୍ଧ୍ୟା ସମୟରେ କମ୍ କର୍ମଚାରୀ ଥିବାବେଳେ ସେମାନେ ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଭୟଭୀତ କରାଇଥିଲେ। ପରେ ପ୍ରାୟ ୨୦ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଏବଂ କୋଟିଏ ଟଙ୍କା ଲୁଟି ଚମ୍ପଟ ମାରିଥିଲେ।












Click it and Unblock the Notifications