ବୁଷ୍ଟର ଡୋଜ ସହ ମାଗଣା ଛୋଲେ ଭଟୁରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ପ୍ରଶଂସା ସାଉଁଟିଥିବା ଚଣ୍ଡିଗଡ଼ର ଜଣେ ବିକ୍ରେତା ମାଗଣାରେ ଲୋକଙ୍କୁ ଛୋଲେ ଭଟୁରେ ବଣ୍ଟନ କରିଛନ୍ତି । ବୁଷ୍ଟର ଡୋଜ ନେବାକୁ ଆସୁଥିବା ଲୋକଙ୍କୁ ମାଗଣାରେ ଛୋଲେ ଭଟୁରେ ଦେଉଛନ୍ତି ସଞ୍ଜୟ ରାଣା ।

ଚଣ୍ଡିଗଡ: ଏବେ ସବୁ ସ୍ଥାନରେ ବୁଷ୍ଟର ଡୋଜ ପ୍ରଦାନ କରାଯାଉଛି । କରୋନାରୁ ନିଜକୁ ବଞ୍ଚାଇ ରଖିବା ପାଇଁ ବର୍ତ୍ତମାନ ଟୀକା ନେଉଛନ୍ତି ଲୋକେ । ତେବେ ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ପ୍ରଶଂସା ସାଉଁଟିଥିବା ଚଣ୍ଡିଗଡ଼ର ଜଣେ ବିକ୍ରେତା ମାଗଣାରେ ଲୋକଙ୍କୁ ଛୋଲେ ଭଟୁରେ ବଣ୍ଟନ କରିଛନ୍ତି । ବୁଷ୍ଟର ଡୋଜ ନେବାକୁ ଆସୁଥିବା ଲୋକଙ୍କୁ ମାଗଣାରେ ଛୋଲେ ଭଟୁରେ ଦେଉଛନ୍ତି ସଞ୍ଜୟ ରାଣା ।

booster dose
"ପ୍ରଧାନମନ୍ତ୍ରୀଙ୍କ ମନ କି ବାଦରେ ସଞ୍ଜୟ ରାଣାଙ୍କ ଏହି କର୍ମ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସଞ୍ଜୟଙ୍କ ଏହି ପ୍ରୟାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ, "କୁହାଯାଏ ଯେ ସମାଜର ଭଲ ପାଇଁ କାମ କରିବା ପାଇଁ ସେବା ଏବଂ କର୍ତ୍ତବ୍ୟର ଭାବନା ଆବଶ୍ୟକ । ଆମ ଭାଇ ସଞ୍ଜୟ ଏହି ଅଧିକାର ପ୍ରମାଣ କରୁଛନ୍ତି। " ରାଣା ଏକ ଷ୍ଟଲରେ ଛୋଲେ ଭଟୁରେ ବିକ୍ରି କରନ୍ତି । 15 ବର୍ଷ ରୁ ଅଧିକ ସମୟ ଧରି ଏହି ଷ୍ଟଲ୍ ଚଳାଉଛନ୍ତି ସେ । ସଞ୍ଜୟ କହିଛନ୍ତି ଯେ ତାଙ୍କ ଝିଅ ରିଦ୍ଧିମା ଏବଂ ଭାଣିଜୀ ରିୟା ଗତ ବର୍ଷ ତାଙ୍କୁ ଏଭଳି ମାଗଣା ଖାଦ୍ୟ ଦେବା ନେଇ ବୁଦ୍ଧି ଦେଇଥିଲେ। ସେବେ ଠାରୁ ସେ ଏହି ସେବା ଆରମ୍ଭ କରିଥିଲେ ।

ରାଣାଙ୍କ କହିବା ଅନୁସାରେ,ଆଗକୁ ଆସୁଥିବା ସମସ୍ୟାରୁ ବର୍ତ୍ତିବା ପାଇଁ ବୁଷ୍ଟର ଡୋଜ୍ ପ୍ରଦାନ କରାଯାଉଛି । ଏହି ଡୋଜ ସମସ୍ତେ ନେବାର ଆବଶ୍ୟକତା ରହିଛି। ଗତ ବର୍ଷ ମେ ମାସରୁ ସାତ ମାସରୁ ଅଧିକ ସମୟ ପାଇଁ ମାଗଣା ଛୋଲେ ଭଟୁରେ ପ୍ରଦାନ କରିଥିଲେ। ପିଲାଦିନେ ମୋର ଦେଶର ସେବା କରିବାକୁ ଏବଂ ସଶସ୍ତ୍ର ବାହିନୀରେ ଯୋଗଦେବାକୁ ବହୁତ ଇଚ୍ଛା ଥିଲା । କିନ୍ତୁ ମୋ ଭାଗ୍ୟରେ ଆଉ କିଛି ଲେଖା ଥିଲା । ମୋର ଇଚ୍ଛା ମୁଁ ପୂରଣ କରି ପାରିନଥିଲି। ଏହି ସେବା ମାଧ୍ୟମରେ ମୁଁ ନିଜର ଇଚ୍ଛାର କିଛି ଅଂଶ ପୂରଣ କରିପାରୁଥିବାରୁ ଖୁସି ଥିବା କୁହନ୍ତି ରାଣା ।

ହିମାଚଳ ପ୍ରଦେଶର ହମିରପୁରରୁ ଆସିଥିବା ରାଣା କହିଛନ୍ତି ଯେ ତାଙ୍କ ପତ୍ନୀ ଜଣେ ଗୃହିଣୀ ଏବଂ ସେମାନଙ୍କର ଏକ ଝିଅ ଅଛି। ସେ କହିଛନ୍ତି, "ଯେତେବେଳେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ କି ବାତ୍ ରେ ମୋ ନାମ ଉଲ୍ଲେଖ କରିଥିଲେ ସେତେବେଳେ ଏହା ମୋ ପାଇଁ ଏକ ବଡ଼ ସମ୍ମାନ ଥିଲା । ପିତାଙ୍କ ଦେହାନ୍ତ ପରେ ପାଠ ପଢାରେ ଡୋରି ବନ୍ଧା ହେଲା । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ ପରିବାରର ଦାୟିତ୍ୱ ତାଙ୍କ କାନ୍ଧରେ ପଡିଥିଲା । ତାଙ୍କର ତିନି ଭଉଣୀ ଏବଂ ଦୁଇ ଭାଇ ମଧ୍ୟ ରହିଛନ୍ତି । ସେଦିନ ଠାରୁ ସମସ୍ତ ଦାୟିତ୍ବ ନେଇଥିଲେ ସଞ୍ଜୟ ।

ଜୁଲାଇ 15 ରେ, କେନ୍ଦ୍ର ସରକାର ମାଗଣାରେ ସରକାରୀ ଟିକାକରଣ କେନ୍ଦ୍ରରେ 18 ବର୍ଷ ଏବଂ ତା'ଠାରୁ ଅଧିକ ବୟସର ସମସ୍ତ ଙ୍କୁ ସତର୍କତା ଡୋଜ୍ ଦେବା ପାଇଁ ଏକ ସ୍ୱତନ୍ତ୍ର 75 ଦିନିଆ ଅଭିଯାନ ଆରମ୍ଭ କରିଥିଲେ । ଯୋଗ୍ୟ ଜନସଂଖ୍ୟା ମଧ୍ୟରେ କୋଭିଡ ସତର୍କତା ଡୋଜ୍ ଗ୍ରହଣକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ 'କୋଭିଡ୍ ଟିକାକରଣ ଅମୃତ ମହୋତ୍ସବ' ଅଭିଯାନ କୁ ସରକାରଙ୍କ ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଭାରତର ସ୍ୱାଧୀନତାର 75 ତମ ବାର୍ଷିକୀ ପାଳନ କରିବାକୁ ଅନୁଷ୍ଠିତ ହେଉଛି। ନିକଟରେ ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ ସତର୍କତା ଡୋଜ୍ ପାଇଁ ଯୋଗ୍ୟ 68,9762,152, ଲୋକଙ୍କ ମଧ୍ୟରୁ ମାତ୍ର 7,30,96,284 ଜଣ ଏପର୍ଯ୍ୟନ୍ତ ଏହାକୁ ନେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+