ବିଧାନସଭା ନିର୍ବାଚନ ପୂର୍ବରୁ AAPକୁ ବଡ ଝଟ୍‌କା, ବିଜେପିରେ ଯୋଗଦେଲେ ୫ କାଉନସିଲର

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଧାନସଭା ନିର୍ବାଚନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ପ୍ରାୟ ଗତ ୫ ମାସ ହେବ ଜେଲରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବଲଙ୍କ ନେତୃତ୍ୱ ବିନା ଆମ ଆଦମୀ ପାର୍ଟି(ଏଏପି) ଅନେକ ସମସ୍ୟାର ସାମ୍ନା କରୁଛି।

ଏହି କ୍ରମରେ ରବିବାର ଏଏପିର ୫ ନେତା ଦଳକୁ ବଡ ଝଟକା ଦେଇଛନ୍ତି। ଏମାନେ AAP ଛାଡି ବିଜେପିରେ ଯୋଗ ଦେଇଛନ୍ତି ଏବଂ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ଅବସରରେ ବିଜେପି ରାଜ୍ୟ ସଭାପତି ବିରେନ୍ଦ୍ର ସର୍ବଦେବା ମଧ୍ୟ ଉପସ୍ଥିତ ଥିଲେ। AAP କାଉନସିଲରଙ୍କୁ ବିଜେପିର ସଦସ୍ୟତା ଦେବା ପରେ ସେ କହିଛନ୍ତି ଯେ, 'ଆମ୍ ଆଦମୀ ପାର୍ଟିର ଦୁର୍ନୀତି ଏବଂ ଅଣ-ଉଦ୍ଦେଶ୍ୟ ପାଇଁ ଏହି ପାଞ୍ଚଜଣ କାଉନସିଲର ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।

In blow to AAP

ସମସ୍ତଙ୍କର ସମାନ ମତ ରହିଛି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଯେପରି ସମଗ୍ର ଦେଶରେ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି, ଲୋକମାନଙ୍କୁ ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇଯାଆନ୍ତି, ସେହିଭଳି ଆମେ ମଧ୍ୟ ହିଲ୍ଲୀରେ ଆମ ଲୋକଙ୍କ ପାଇଁ କିଛି କାମ କରିବାକୁ ଚାହୁଁଛୁ । ଆମେ ଏହିପରି ସମସ୍ତ ସାଥୀ ମାନଙ୍କୁ ସ୍ବାଗତ କରୁଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନଙ୍କର ସେବା କରିବାର ଇଚ୍ଛା ଅଛି ଏବଂ ସେ ଆମ୍ ଆଦମୀ ପାର୍ଟିରେ ଏହି ସୁଯୋଗ ପାଇନଥିଲେ କାରଣ ସେଠାରେ ଦୁର୍ନୀତି ଏବଂ ଲୁଟ୍ ପ୍ରଚଳିତ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+