ସିଏନଜି କାରରେ ଲାଗିଲା ନିଆଁ: ଜୀଅନ୍ତା ଜଳିଗଲେ ତିନି ସଦସ୍ୟ
ବେଙ୍ଗାଲୁରୁ: ସିଏନଜି କାରରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ଗୋଟିଏ ପରିବାରର ୩ ସଦସ୍ୟ, ଅନ୍ୟ ୩ ଜଣ ଗୁରୁତର ଥିବା ନେଇ ସୂଚନା ରହିଛି । ଏପରି ଘଟଣା ଗତକାଲି ବେଙ୍ଗାଲୁରୁ ରାସ୍ତାରେ ଦେଖିବା ପାଇଁ ମିଳିଛି । ଏହି ଦୁର୍ଘଟଣାରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।
ଗତକାଲି ବେଙ୍ଗାଲୁରୁର ତୁମକର ରାସ୍ତାରେ ମଧ୍ୟାନ ସମୟରେ ଏପରି ଅଘଟଣ ଘଟିଥିଲା । ଏକ ମାରୁତି ସୁଜୁକି କାରର ପଛରେ ହଠାତ୍ ନିଆଁ ଲାଗିଯାଇଥିଲା ପରେ ନିଆଁ ଷ୍ଟେପିନ୍ ଏବଂ ପୁରା କାରରେ ନିଆଁ ଲାଗିଯାଇଥିଲା ।

କାର ଡୋର ନକ୍ ହୋଇଯାଇଥିବାରୁ ୩ ଜଣ ସମ୍ପୁର୍ଣ୍ଣ ଜଳିଯାଇଥିଲେ ଏବଂ ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା । ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ, ବର୍ତ୍ତମାନ ତଦନ୍ତ ଜାରି ରହିଛି ।












Click it and Unblock the Notifications