କୋଲକାତା ହରର୍ ଘଟଣା ଯଦି ଆସାମରେ ହୋଇଥାନ୍ତା.... ଜାଣନ୍ତୁ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ
କୋଲକାତା ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ସାରା ଦେଶରେ ଏହି ଘଟଣକୁ ନେଇ ନିଆଁ ଜଳୁଛି। ଏହାକୁ ନେଇ ଚାରିଆଡେ ବିରୋଧ ଜାରି ରହିଛି। ଏହାରି ଭିତରେ ସାମ୍ନାକୁ ଆସିଛି ପୀଡିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ। ହତ୍ୟା ପୂର୍ବରୁ ଡାକ୍ତରୀ ଛାତ୍ରୀଙ୍କୁ କିଭଳି ନରରାକ୍ଷାସ ଅତ୍ୟାଚାର କରିଥିଲା ତାହା ଏଥିରେ ଖୁଲାସା ହୋଇଛି , ଏହି ଘଟଣାରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟ ପୋଲିସକୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ଆପଣ ମୋର ତିନି ବର୍ଷର ରେକର୍ଡ ଦେଖିନିଅନ୍ତୁ।
ଯଦି କୋଲକାତାରେ ଘଟିଥିବା ଜଘନ୍ୟ ଅପରାଧ ଆସାମରେ ଘଟିଥାନ୍ତା, ତେବେ ଆମ ସରକାର ତୁରନ୍ତ ନ୍ୟାୟ ଦେଇଥାନ୍ତେ। ରାଜ୍ୟର ବିରୋଧୀ ଏହି ନୀତିକୁ ସମାଲୋଚନା କରୁଛନ୍ତି। କିନ୍ତୁ ମୋର କିଛି ଫରକ ପଡୁନାହିଁ। ଝିଅମାନଙ୍କୁ ସୁରକ୍ଷା ଦେବାରେ କୌଣସି ଆପୋଷ ବୁଝାମଣା ହେବ ନାହିଁ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା , ଆସାମ ସରକାର ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଡାକ୍ତର, ବିଶେଷ କରି ମହିଳା ଡାକ୍ତରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି , ଆମେ ଆଶା କରୁଛୁ କୋଲକାତାର ଆର୍.ଜି ମେଡିକାଲ କଲେଜରେ ବଳାତ୍କାର ଓ ପରେ ହତ୍ୟା କରାଯାଇଥିବା ମହିଳା ପ୍ରଶିକ୍ଷକଙ୍କ ମାତାପିତା ନ୍ୟାୟ ପାଇବେ।












Click it and Unblock the Notifications