ବାୟୁସେନା ବିମାନ ଦୁର୍ଘଟଣା: ୨ ପାଇଲଟ ମୃତ
Trainer Aircraft Crash: ତେଲେଙ୍ଗାନାରରେ ବାୟୁସେନା ବିମାନ ଦୁର୍ଘଟଣା । ଯେଉଁଥିରେ 2 ଭାରତୀୟ ବାୟୁସେନା ପାଇଲଟ ପ୍ରାଣ ହରାଇଛନ୍ତି । ତେଲେଙ୍ଗାନାର ଡିଣ୍ଡିଗୁଲରେ ଅବସ୍ଥିତ ବାୟୁସେନା ଏକାଡେମୀରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ଯେଉଁଥିରେ ବାୟୁସେମାର ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ବିମାରେ ଥିବା ଜଣେ ଟ୍ରେନି ପାଇଲଟଙ୍କ ସହ ପ୍ରଶିକ୍ଷକ ପାଇଲଟଙ୍କ ମୃତ୍ୟୁ ହୋଇଛି ।

Anguished by this accident near Hyderabad. It is deeply saddening that two pilots have lost their lives. In this tragic hour, my thoughts are with the bereaved families. https://t.co/K9RljlGu0i
— Rajnath Singh (@rajnathsingh) December 4, 2023
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ 8:55 ରେ ଏହି ଦୁର୍ଘଟଣା ଘଟିଛି । ଭାରତୀୟ ବାୟୁସେନାର ଦୁଇ ପାଇଲଟ ତାଲିମ ନେଉଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଟି ଏତେ ଉଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି ଯେ ମୃତ ପାଇଲଟଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଏବଂ ଜଣେ ଟ୍ରେନି ଥିଲେ ।
ବାୟୁସେନା ଏକାଡେମୀ (AFA) ହାଇଦ୍ରାବାଦ ରିପୋର୍ଟ କରିଛି ଯେ, ଆଜି ସକାଳେ ଏକ ପାଇଲଟସ୍ PC 7 Mk II ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରୁଟିନ୍ ଟ୍ରେନିଂ ଉଡ଼ାଣ ସମୟରେ ଏହି ଦୁର୍ଘଟଣା ଘଟିଛି। ବିମାନରେ ଥିବା ଉଭୟ ପାଇଲଟଙ୍କ ମୃତ୍ୟୁ ଘଟିଥିବା ନେଇ ଭାରତୀୟ ବାୟୁସେନା ନିଶ୍ଚିତ କରିଛି। ଏହି ଦୁର୍ଘଟଣାରେ କୌଣସି ସାଧାରଣ ଜନତା କିମ୍ବା ଅନ୍ୟ କୌଣସି ସମ୍ପତ୍ତିର କ୍ଷୟକ୍ଷତି ହୋଇନାହିଁ । ଟ୍ରେନର ବିମାନଟି ହାଇଦ୍ରାବାଦରୁ ବିମାନ ଉଡ଼ାଣ ଭରିଥିଲା । ତେବେ ଏହି ଘଟଣାର ଅଧିକ ଜାଞ୍ଚ୍ କରାଯିବା ନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ୨ ପାଇଲଟଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଭିଡିଓରେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାର ଦେଖିବା ପାଇଁ ମିଳୁଛି । ଏହି ଘଟଣାର ତଦନ୍ତ ପାଇଁ ବାୟୁସେନା ନିର୍ଦ୍ଦେଶ ଦେଇଛି।












Click it and Unblock the Notifications