ଲିଙ୍ଗ ପରିବର୍ତ୍ତନ କଲେ ଆଇଆରଏସ ଅଧିକାରୀ , ମହିଳାରୁ ହେଲେ ପୁରୁଷ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ପୋଷ୍ଟ ହୋଇଥିବା ଜଣେ ମହିଳା ଅଧିକାରୀ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହୋଇଛନ୍ତି । ଏହି ଅଧିକାରୀ ମଧ୍ୟ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ଏହି ଅଧିକାରୀଙ୍କ ନାମ ଏମ୍ ଅନୁସୂୟା ରୁ ଅନୁକାଥିର ସୂର୍ଯ୍ୟକୁ ପରିବର୍ତ୍ତନ ହୋଇଛି । ଏହି ନିଷ୍ପତ୍ତି ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ମଧ୍ୟ ଅନୁମୋଦନ କରାଯାଇଛି । ହାଇଦ୍ରାବାଦର ଏକ୍ସାଇଜ୍ ଆଣ୍ଡ୍ ସର୍ଭିସ ଟ୍ୟାକ୍ସ ଅପିଲେଟ୍ ଟ୍ରିବ୍ୟୁନାଲ (ସିଇଏସ୍‌ଟିଏଟି)ର ଆଞ୍ଚଳିକ ଶାଖାରେ ଜଏଣ୍ଟ କମିଶନର ଭାବେ କାର୍ଯ୍ୟରତ ଏମ୍‌. ଅନୁସୂୟାଙ୍କ ଏହି ପଦକ୍ଷେପକୁ ଅର୍ଥ ମନ୍ତ୍ରଣାଳୟ ସ୍ୱୀକୃତି ପ୍ରଦାନ କରିଛି । ଭାରତୀୟ ସିଭିଲ୍ ସର୍ଭିସ୍‌ରେ ଏହାକୁ ପ୍ରଥମ ଲିଙ୍ଗ ପରିବର୍ତ୍ତନ ବୋଲି କୁହାଯାଉଛି ।

ଏହାକୁ ବିଚାରକୁ ନେଇ ତାଙ୍କୁ ଅନୁମୋଦନ ଦିଆ ଯାଇଥିବା ଅର୍ଥ ମନ୍ତ୍ରଣାଳୟ କହିଛି । ବର୍ତ୍ତମାନଠାରୁ ଏହି ଅଧିକାରୀଙ୍କୁ ସମସ୍ତ ସରକାରୀ ରେକର୍ଡରେ ମିଷ୍ଟର୍ ଏମ ଅନୁକଥୀର ସୂର୍ଯ୍ୟ ମାନ୍ୟତା ଦିଆଯିବ ବୋଲି ଆୟକର ବିଭାଗ ସୂତ୍ରରୁ ପ୍ରକାଶ ପାଇଛି । ଲିଙ୍କଡଇନ୍ ପ୍ରୋଫାଇଲରେ ଉଲ୍ଲେଖ ହୋଇଥିବା ତଥ୍ୟ ଅନୁସାରେ, ୩୫ ବର୍ଷୀୟ ଓଜଝ ଅଧିକାରୀ ଅନୁକଥୀର ୨୦୧୩ରେ ଚେନ୍ନାଇରେ ଆସିଷ୍ଟାଣ୍ଟ କମିଶନର ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହାପରେ ୨୦୧୮ରେ ଡେପୁଟି କମିଶନର୍ ପଦବୀକୁ ଉନ୍ନୀତ ହୋଇଥିଲେ ।

irs officer

ଗତବର୍ଷ ତାଙ୍କୁ ସିଇଏସ୍‌ଟିଏଟି ଚିଫ୍ କମିଶନରଙ୍କ ଅଫିସରେ ଜଏଣ୍ଟ କମିଶନର ରୂପେ ଅବସ୍ଥାପିତ କରାଯାଇଥିଲା । ଅନୁସୂୟା ମାଡ୍ରାସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେଶନ୍‌ରେ ସ୍ନାତକ ଡିଗ୍ରୀ ହାସଲ ପରେ ୨୦୨୩ରେ ଭୋପାଳସ୍ଥିତ ନ୍ୟାଶନାଲ ଲ' ଇନ୍‌ଷ୍ଟିଚ୍ୟୁଟ୍ ୟୁନିଭର୍ସିଟିରୁ ସାଇବର ଲ' ଏବଂ ସାଇବର ଫରେନ୍‌ସିକ୍ସରେ ପିଜି ଡିପ୍ଲୋମା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+