୨୫ ମିନିଟରେ ଖେଳ, ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ ଆଡ୍ଡାକୁ କଲା ଧ୍ଵଂସ ଭାରତୀୟ ସେନା
'ଆମେ ସୀମା ପାର ହମଲାର ଜବାବ ଦେଇଛୁ। ତାହାକୁ ରୋକିବାକୁ ତଥା ପ୍ରତିହତ କରିବାକୁ ନିଜ ଅଧିକାରର ପ୍ରୟୋଗ କରିଛୁ। ଏହାର ଜବାବରେ ଭାରତ ବିରୋଧରେ ଆଗକୁ ବି ହମଲା ହୋଇପାରେ। ଏହାକୁ ରୋକିବାକୁ ଓ ପ୍ରତିହତ କରିବାକୁ ଆମେ ପ୍ରସ୍ତୁତ ଅଛୁ।' ଆଜି ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି ।

ସେ କହିଥିଲେ ବିଶ୍ୱ ଆତଙ୍କବାଦର ଆଡ୍ଡା ସ୍ଥଳୀ ପାକିସ୍ତାନ । ପହଲଗାମ ହମଲାର ଜବାବ ଦେଇଛି । ପହଲଗାମ ଆକ୍ରମଣ ହମଲାର ଜବାବ 'ଅପରେସନ୍ ସିନ୍ଦୂର' । ସବୁ ତଥ୍ୟ ପ୍ରମାଣ ମିଳିବା ପରେ ଆକ୍ରମଣ ହୋଇଛି । କେବଳ ଆତଙ୍କୀ ଆଡ୍ଡା ସ୍ଥଳ ଉପରେ ଆକ୍ରମଣ ହୋଇଥିବା ସ୍ପଷ୍ଟ କରିଛି ଭାରତୀୟ ସେନା । ଜାତୀୟ ନ୍ୟାସନାଲ ମିଡିଆ ସେଣ୍ଟରରେ ପ୍ରସେମିଟ୍ ହୋଇଛି । ବୈଦେଶିକ ସଚିବ ବିକ୍ରିମ ମିଶ୍ରି 'ଅପରେସନ୍ ସିନ୍ଦୂର' ବାବଦରେ ସୂଚନା ଦେଇଛନ୍ତି । କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ମଧ୍ୟ ଉପସ୍ଥିତ ରହିଥିଲେ ।
ସୋଫିଆ କୁରେଶୀଙ୍କ ବୟାନ ଅନୁଯାୟୀ, ଭାରତୀୟ ବାୟୁସେନା ପ୍ରାୟ ୨୫ ମିନିଟ୍ରେ ସାରିଥିଲା ଖେଳ। ପାକିସ୍ତାନ ସୀମାରେ ୨୫ ମିନିଟ ରହିଥିଲା । ଏହି ସମୟ ମଧ୍ୟରେ ସେମାନେ ୯ଟି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲେ । ଏଗୁଡ଼ିକ ସମସ୍ତ ଥିଲା ଆତଙ୍କୀ ଆଡ୍ଡାସ୍ଥଳ । ଯେଉଁଠାରୁ ଭାରତ ବିରୋଧରେ ଅନେକ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କରାଯାଉଥିଲା । ଭବିଷ୍ୟତରେ ଆକ୍ରମଣର ଯୋଜନା କରାଯାଉଥିଲା। ସେ ଟାର୍ଗେଟ କରାଯାଇଥିବା ସମସ୍ତ ସ୍ଥାନ ଓ କେଉଁ ଶିବିରରୁ କେଉଁ ଆକ୍ରମଣ ଯୋଜନା କରାଯାଇଥିଲା ସେ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ।












Click it and Unblock the Notifications