୨୪ ଘଣ୍ଟାରେ ଦେଶରେ ୮୪୧ ନୂଆ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ, ୩ ମୃତ
India Corona Update In Odia: ଗତ ୭ ମାସ ପରେ ଆଜି ଦେଶରେ ୮୪୧ ନୂଆ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି । ସେହିପରି ୩ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ୱେବସାଇଟ୍ ଜରିଆରେ ସୂଚନା ଜାରି କରାଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶନିବାର ଦିନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୯୭ ଥିବେ ବେଳେ ଆଜି ଅର୍ଥାତ୍ ରବିବାର ସକାଳ ୮ଟାରେ ଏହି ସଂଖ୍ୟା ୪,୩୦୯କୁ ବୃଦ୍ଧି ପାଇଛି । ଏହାଛଡା ଗତ ୨୪ ଘଣ୍ଟା ମଧ୍ୟରେ କେରଳ, କର୍ଣ୍ଣାଟକ ଏବଂ ବିହାର ରାଜ୍ୟରେ ଜଣେ ଲେଖାଏଁ କୋଭିଡ୍-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ସେହିପରି ଶୁକ୍ରବାର ଦିନ ଦେଶର ୯ଟି ରାଜ୍ୟରେ ୧୭୮ ଜଣ କୋଭିଡ୍-୧୯ର ନୂଆ ଭ୍ୟାରିଆଣ୍ଟ JN.1 ଦ୍ୱାରା ଆକ୍ରନ୍ତ ହୋଇଥିବା ନେଇ ସୂଚନା ଜାରି କରାଯାଇଛି । ଗୋଆରେ ସର୍ବାଧିକ ୪୭ ଜଣ ଏବଂ କର୍ଣ୍ଣାଟକରେ ୪୧ ଜଣ JN.1 ଆକ୍ରାନ୍ତ ଚିହ୍ନଟ କରାଯାଇଛି ।
ବର୍ତ୍ତମାନ ଦେଶରେ ମୋଟ୍ ୪,୫୦,୧୩,୨୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେହିପରି ୫,୩୩,୩୬୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସେହିପରି ୯୮.୮୧ ପ୍ରତିଶତ ଲୋକ ସୁସ୍ଥ ହୋଇଛନ୍ତି । ଆରମ୍ଭରୁ ଏପର୍ଯ୍ୟନ୍ତ କୋଭିଡ୍-୧୯ ଦ୍ୱାରା ଆକ୍ରାନ୍ତ ୪,୪୪,୭୫,୬୦୨ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ମୋଟ୍ ୨୨୦.୬୭ କୋଟି ଲୋକଙ୍କୁ କୋଭିଡ୍-୧୯ ଭ୍ୟାକସିନ୍ ଦିଆ ସରିଥିବା ନେଇ ସୂଚନା ରହିଛି ।












Click it and Unblock the Notifications