ଇମ୍ରାନଙ୍କୁ ଝଟକା, ଲଢ଼ିପାରିବେ ନାହିଁ ୨୪ରେ ନିର୍ବାଚନ
ଇମ୍ରାନଙ୍କୁ ଝଟକା । 2024 ମସିହାରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ପାକିସ୍ତାନର ନିର୍ବାଚନ ଆୟୋଗ ତାଙ୍କ ନାମାଙ୍କନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ପାକିସ୍ତାନ ନିର୍ବାଚନ ଆୟୋଗ ଶନିବାର ଏହି ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇମ୍ରାନ ଖାନ ଦୁଇଟି ନିର୍ବାଚନମଣ୍ଡଳୀରୁ ନାମାଙ୍କନ ଦାଖଲ କରିଛନ୍ତି ।

ଏପ୍ରିଲ୍ 2022 ରେ ପ୍ରଧାନମନ୍ତ୍ରୀ ପଦରୁ ହଟାଯିବା ପରଠାରୁ 71 ବର୍ଷୀୟ ଇମ୍ରାନ ଖାନ ଏକ ରାଜନୈତିକ ଏବଂ ଆଇନଗତ ଯୁଦ୍ଧରେ ଜଡିତ ଥିଲେ । ପ୍ରଧାନମନ୍ତ୍ରୀ ଥିବା ସମୟରେ ଖାନ ବେଆଇନ ଭାବେ ସରକାରୀ ଉପହାର ବିକ୍ରି କରିଥିବା ଅଭିଯୋଗ ହୋଇଛି, ଯେଉଁଥିପାଇଁ ତାଙ୍କୁ ଅଗଷ୍ଟରେ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ସେବେଠାରୁ ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳି ନଥିଲା।
ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ଯେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେତୁ ଫେବୃଆରୀ 8 ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଖାନଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି, କିନ୍ତୁ ସେ ଶୁକ୍ରବାରରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।












Click it and Unblock the Notifications