ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସ୍ମିଟ୍ ; ନିର୍ବାଚନ କମିଶନଙ୍କର କେହି ପକ୍ଷ କିମ୍ବା ବିପକ୍ଷ ଦଳ ନାହାନ୍ତି
ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସ୍ମିଟ୍। ନିର୍ବାଚନ କମିଶନଙ୍କର କେହି ପକ୍ଷ କିମ୍ବା ବିପକ୍ଷ ଦଳ ନାହାନ୍ତି । ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରନ୍ତି ନାହିଁ । ଅଭିଯୋଗ ଆସିଥିବା ବିହାର ପ୍ରସଙ୍ଗରେ ମଧ୍ୟ ରଖିଲେ ସ୍ପଷ୍ଟୀକରଣ ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, 'ଭାରତର ସମ୍ବିଧାନ ଅନୁଯାୟୀ, ଭାରତର ପ୍ରତ୍ୟେକ ନାଗରିକ ଯିଏ ୧୮ ବର୍ଷ ବୟସ ହାସଲ କରିଛନ୍ତି, ସେ ଭୋଟର ହେବା ଉଚିତ ଏବଂ ଭୋଟ ମଧ୍ୟ ଦେବା ଉଚିତ। ଆପଣ ସମସ୍ତେ ଜାଣନ୍ତି ଯେ, ଆଇନ ଅନୁଯାୟୀ, ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ କମିଶନରେ ପଞ୍ଜୀକରଣ ମାଧ୍ୟମରେ ଜନ୍ମଗ୍ରହଣ କରନ୍ତି। ତେବେ ନିର୍ବାଚନ କମିଶନ ସମାନ ରାଜନୈତିକ ଦଳ ମଧ୍ୟରେ କିପରି ପାର୍ଥକ୍ୟ କରିପାରିବେ ବୋଳଇ ସେ ପ୍ରଶ୍ନ କରିଛନ୍ତି।'
ସେ ଆହୁରି କହିଛନ୍ତି ଯେ ନିର୍ବାଚନ କମିଶନ ପାଇଁ କୌଣସି ବିରୋଧୀ କିମ୍ବା କୌଣସି ଦଳ ନାହିଁ। ସମସ୍ତେ ସମାନ। ଜଣେ ଯେକୌଣସି ରାଜନୈତିକ ଦଳର ହେଉନା କାହିଁକି, ନିର୍ବାଚନ କମିଶନ ନିଜର ସାମ୍ବିଧାନିକ କର୍ତ୍ତବ୍ୟରୁ ପଛକୁ ହଟିବେ ନାହିଁ।
ଜ୍ଞାନେଶ କୁମାର ଆହୁରି କହିଛନ୍ତି ଯେ ଭୋଟ ଚୋରି ଭଳି ଭୁଲ ଶବ୍ଦ ବ୍ୟବହାର ଠିକ ନୁହେଁ। ଦେଶରେ ଭାରତର ସମ୍ବିଧାନକୁ ଅପମାନିତ କରାଯାଉଛି। ତ୍ରୁଟି ସଂଶୋଧନ ପାଇଁ SIR କରାଯାଉଛି। ବିହାରରେ ସାତ କୋଟି ଭୋଟର ନିର୍ବାଚନ କମିଶନଙ୍କ ସହିତ ଅଛନ୍ତି। କେବଳ ଯେଉଁମାନଙ୍କର ନାମ ଭୋଟର ତାଲିକାରେ ଅଛି ସେମାନେ ହିଁ ଭୋଟ ଦେଉଛନ୍ତି। ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ଦେଶରେ ରାଜନୀତି କରାଯାଉଛି। ଜନସାଧାରଣଙ୍କୁ ଅପମାନିତ କରିବା ସମ୍ବିଧାନର ଅପମାନ।
ସୂଚନାଯୋଗ୍ୟ, କଂଗ୍ରେସ ଏମପି ରାହୁଲ ଗାନ୍ଧୀ ନିର୍ବାଚନ କମିଶନଙ୍କ ଉପରେ ଭୋଟ ଚୋରି ଏବଂ ନକଲି ଭୋଟର ତାଲିକାର ଅଭିଯୋଗ ଆଣିଛନ୍ତି। ସେ ଗଣମାଧ୍ୟମ ସହିତ ଭୋଟର ତାଲିକାର କିଛି ତଥ୍ୟ ମଧ୍ୟ ଶେୟାର କରିଛନ୍ତି। ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ଭୋଟର ତାଲିକାରେ ଅନିୟମିତତା ହୋଇଛି।












Click it and Unblock the Notifications