ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ସୁରକ୍ଷା ନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
ଭାରତ ଓ ପାକିସ୍ତାନ ଭିତରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷାପଣାସ୍ତ୍ର ଘାଟିରେରେ ବସିବ ସୁରକ୍ଷା ବୈଠକ ।
ଡିଆରଡିଓ ପରିସରରେ ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଯେଉଁଥିରେ ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କ ସମେତ ଆଇଟିଆର ନିର୍ଦ୍ଦେଶକ ଏବଂ ପିଏକ୍ସଇ ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ରହିବେ । ଶୁକ୍ରବାର ଅପରାହ୍ନ ୨ଟା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ଚିଠି ଜାରି କରାଯାଇଛି ।

ସୁରକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ
ଦେଶରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର) ଏବଂ ଚାନ୍ଦିପୁରର ପ୍ରୁଫ୍ ଆଣ୍ଡ ଏକ୍ସପେରିମେଣ୍ଟାଲ୍ ଏଷ୍ଟାବ୍ଲିସମେଣ୍ଟ (PXE) ସମେତ ଜଟିଳ ପ୍ରତିରକ୍ଷା ପ୍ରତିଷ୍ଠାନଗୁଡିକର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ପାଇଁ 9 ମେ' 2025 (ଶୁକ୍ରବାର) ଅପରାହ୍ନ 2ଟାରେ ଏକ ଜରୁରୀକାଳୀନ ବୈଠକ ବସିବ । ଚନ୍ଦିପୁର DRDOର PXE କ୍ୟାମ୍ପସ ଭିତରେ ଏହି ଜରୁରୀ ବୈଠକ ବସିବ । ଏହି ସୁରକ୍ଷା ବୈଠକ ଡାକିଛନ୍ତି ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ।
ସୁରକ୍ଷା ବୈଠକକୁ ନେଇ ଚାନ୍ଦିପୁର ITR ନିର୍ଦ୍ଦେଶକ, ଚାନ୍ଦିପୁର PXE ନିର୍ଦ୍ଦେଶକ, ବାଲେଶ୍ଵର ଜିଲ୍ଲାପାଳ ଓ ଏସ୍ପିଙ୍କୁ ଡିଆଇଜି ଚିଠି ଲେଖିଛନ୍ତି । ଏହି ପରିପ୍ରେକ୍ଷୀରେ, ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ତଥା ସଭାର ପରିଚାଳନା ପାଇଁ ସୁଗମ ସମନ୍ୱୟ ସୁନିଶ୍ଚିତ କରିବାକୁ ବାଲେଶ୍ବର ଏସପି ଅନୁରୋଧ କରାଯାଇଛି । ବୈଠକରେ ସୁରକ୍ଷା ଦିଗ, ବିପଦ ଧାରଣା, ଏବଂ ପ୍ରସ୍ତୁତି ପଦକ୍ଷେପ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯିବ ।
ଚାନ୍ଦିପୁର DRDO କ୍ୟାମ୍ପ୍ସରେ ବସିବ ଜରୁରୀ ବୈଠକ। ଶୁକ୍ରବାର ଅପରାହ୍ନ 2ଟାରେ ବସିବ ଜରୁରୀକାଳୀନ ବୈଠକ । ଚାନ୍ଦିପୁର ITR ନିର୍ଦ୍ଦେଶକ, ଚାନ୍ଦିପୁର PXE ନିର୍ଦ୍ଦେଶକଙ୍କୁ ଚିଠି ।
ବାଲେଶ୍ଵର ଜିଲ୍ଲାପାଳ ଓ ଏସ୍ପିଙ୍କୁ ମଧ୍ୟ ବୈଠକେର ଉପସ୍ଥିତ ରିହବେ
ଜରୁରୀ ବୈଠକରେ ଯୋଗଦେବାକୁ ପୂର୍ବାଞ୍ଚଳ ରେଞ୍ଜ ଡିଆଇଜିଙ୍କ ଚିଠି
ଏହା ବ୍ୟତୀତ, ବାଲେଶ୍ବର ଏସପିଙ୍କୁ ବୈଠକରେ ଉପସ୍ଥିତ ରହିବା ପାଇଁ ଉପକୂଳ ସୁରକ୍ଷାର ସମ୍ପୃକ୍ତ ଅଧିକାରୀମାନଙ୍କୁ ଅବଗତ କରିବାକୁ ଅନୁରୋଧ କରାଯାଇଛି ।












Click it and Unblock the Notifications