ଟିଭି ଚ୍ୟାନେଲଗୁଡିକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

ଘରୋଇ ଟିଭି ଚ୍ୟାନେଲଗୁଡିକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ। ସମ୍ବେଦନଶୀଳ ଘଟଣାଗୁଡିକ ଉପରେ ରିପୋର୍ଟିଂ ବେଳେ ସାବଧାନତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଛି । ଲାଲ୍ କିଲ୍ଲା ବିସ୍ଫୋରଣ ଭଳି ପ୍ରସାରଣ ବେଳେ ହିଂସାକୁ ଯଥାର୍ଥ ବୋଲି ଦର୍ଶାଇ ପ୍ରସାରିତ ହେଉଥିବା ଖବର ବନ୍ଦ କରିବାକୁ କୁହାଯାଇଛି । ସେହିପରି ବିସ୍ଫୋରକ ପ୍ରସ୍ତୁତି ନେଇ ମଧ୍ୟ ସୂଚନା/ଭିଡିଓ ପ୍ରସାରଣ ପାଇଁ ବାରଣ କରାଯାଇଛି ।

Important advice from the Ministry

ଖବର ପ୍ରସାରଣ ବେଳେ ଜାତୀୟ ନିରାପତ୍ତା ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦିଆଯାଇଛି । ଏପରି ବିଷୟବସ୍ତୁ ହିଂସାକୁ ଉସୁକାଇବାର ଆଶଙ୍କା ଥିବା ବେଳେ ଆଇନ ଶୃଙ୍ଖଳା ତଥା ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବ ବୋଲି କୁହାଯାଇଛି । ସେହିପରି ଖବର ସଂଗ୍ରହ ବେଳେ ମଧ୍ୟ ସତର୍କତା ଅବଲମ୍ବନ କରିବା ସହ ଦାୟିତ୍ୱବାନ ଓ ସମ୍ବେଦନଶୀଳ ହେବାକୁ ଅପିଲ କରାଯାଇଛି । କେବୁଲ ଟିଭି ନେଟୱାର୍କ ଆକ୍ଟ, ୧୯୯୫ ଅନୁଯାୟୀ ଧାର୍ଯ୍ୟ କାର୍ଯ୍ୟକ୍ରମ ଏବଂ ବିଜ୍ଞାପନ ସଂହିତାକୁ କଠୋର ଭାବରେ ପାଳନ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+